ରସିକ ପ୍ରବର ଥିଲେ ଋଷ ରାଷ୍ଟ୍ରପତି, ପ୍ରେମ ସଂପର୍କରେ ନିଜର ସଫେଇ କର୍ମଚାରୀଙ୍କୁ ବି ଛାଡିନଥିଲେ…

ନୂଆଦିଲ୍ଲୀ ୨୫/୦୨: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ଏକଛତ୍ରବାଦୀ ଶାସକ ଭାବରେ ସମଗ୍ର ବିଶ୍ୱରେ ଉଭା ହୋଇଛନ୍ତି । ଋଷର କ୍ଷେପଣାସ୍ତ୍ରର ନିଆଁରେ ୟୁକ୍ରେନର ମାଟି ବର୍ତ୍ତମାନ ଜଳି ଯାଉଛି । ୟୁକ୍ରେନରେ ରହୁଥିବା ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ନିଜ ଜୀବନ ବଞ୍ଚାଇବା ପାଇଁ ବଙ୍କରର ସାହାରା ନେଇଛନ୍ତି । ଯଦିଓ ବିଶ୍ୱ ପ୍ରଥମ ଥର ପୁଟିନଙ୍କ ଏହି ରୂପ ଦେଖି ନାହିଁ ।

ଋଷ କ୍ରିମିଆ ଏବଂ ରୋମାନିଆରେ ମଧ୍ୟ ସମାନ କାର୍ଯ୍ୟ କରିସାରିଛି । କିନ୍ତୁ ଏକଛତ୍ରବାଦୀ ଶାସକ ଭାବରେ ଜଣାଶୁଣା ପୁଟିନଙ୍କର ତାଙ୍କର ରହସ୍ୟମୟ ପ୍ରେମ ଜୀବନ ବିଷୟରେ ଆଉ ଏକ ଚେହେରା ଅଛି । ପୁଟିନ ତାଙ୍କ ପ୍ରେମ ଜୀବନ ବିଷୟରେ ସର୍ବଦା ଆଲୋଚନାରେ ରହିଥାନ୍ତି । ପୁଟିନ କେବଳ ଋଷର ସୁନ୍ଦର ଅଭିନେତ୍ରୀମାନଙ୍କ ସହ ସମ୍ପର୍କ ରଖିନଥିଲେ ।

ବରଂ ପୁଟିନ ଏତେ ରସିକ ପ୍ରବର ଯେ, ସେ ତାଙ୍କ ସଫେଇ କର୍ମଚାରୀଙ୍କୁ ବି ଛାଡିନଥିଲେ । ମହିଳା ସଫେଇ କର୍ମଚାରୀଙ୍କ ସହ ଥିଲା ତାଙ୍କର ସମ୍ପର୍କ । ଗୁରୁବାର ଦିନ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଟିଭି ସୋ’ରେ ୟୁକ୍ରେନର ଡୋନବାସ ଅଞ୍ଚଳରେ ସାମରିକ ଅପରେସନ ଘୋଷଣା କରି ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ସମଗ୍ର ବିଶ୍ୱ ଏହି ଯୁଦ୍ଧକୁ ତୃତୀୟ ବିଶ୍ୱଯୁଦ୍ଧ ଭାବେ ଦେଖୁଛନ୍ତି ।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହା ହେଉଛି ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ । ଅନେକ ପାଶ୍ଚାତ୍ୟ ଦେଶ ପୁଟିନଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହୁଛନ୍ତି । କିନ୍ତୁ ଏକଛତ୍ରବାଦୀ ଶାସକ କୁହାଯାଉଥିବା ପୁଟିନ ତାଙ୍କର ପ୍ରେମ ଲାଇଭ ନେଇ ସଦା ସ୍ରବଦା ଚର୍ଚ୍ଚାରେ ରହିଥାନ୍ତି । ୬୯ ବର୍ଷୀୟ ପୁଟିନଙ୍କର ଅନେକ ମହିଳାଙ୍କ ସହ ରହିଛି ସମ୍ପର୍କ ।

୧୯୮୩ ମସିହାରେ ପୁଟିନ ଲ୍ୟୁଡମିଲା ଆଲେକ୍ସଜାଣ୍ଡ୍ରୋଭନା ଓଚେରେଟନାୟାଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୩୦ ବର୍ଷ ପରେ, ଦୁହେଁ ୨୦୧୪ ରେ ଅଲଗା ହୋଇଗଲେ । ତେବେ, ୨୦୧୫ରେ ତାଙ୍କ ପତ୍ନୀ ଅନ୍ୟ କାହା ସହିତ ବିବାହ କରିଥିଲେ । ତାଙ୍କ ବିବାହ ସମୟରୁ ପୁଟିନଙ୍କ ପ୍ରେମ ସମ୍ପର୍କ ଅନେକ ମହିଳାଙ୍କ ସହ ଆଲୋଚନା ହୋଇଥିଲା ।

୨୦୦୮ରେ, ତାଙ୍କ ହୃଦୟ ୩୧ବର୍ଷିୟ ଜିମ୍ନାଷ୍ଟ ଆଲିନା କାବାଭାଙ୍କ ଉପରେ ଆସିଯାଇଥିଲା । କେବଳ ସେତିକି ନୁହେଁ ପୁଟିନ ତାଙ୍କ ପ୍ରେମକୁ ଖୋଲାଖୋଲି ଭାବେ ଗ୍ରହଣ କରିଥିଲେ । ସେ ପୁଟିନଙ୍କ ସହ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେପ୍ଟେମ୍ବର ୨୦୧୩ ରେ ପୁଟିନଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାଭାଲନି ଦାବି କରିଛନ୍ତି ଯେ ପୁଟିନ ଏବଂ କାବାଭା ବିବାହ କରିଛନ୍ତି । କିନ୍ତୁ ପୁଟିନଙ୍କ ମୁଖପାତ୍ର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୧୪ ପୁଚି ଶୀତକାଳୀନ ଅଲିମ୍ପିକ୍ସରେ ଉଭୟ ପୁଟିନ ଏବଂ କବାବା ବିବାହ ରିଙ୍ଗ ପିନ୍ଧିଥିବାର ନଜର ଆସିଥିଲେ ।
ଦୁନିଆର ଦ୍ୱିତୀୟ ବୃହତ୍ତମ ଶକ୍ତିଶାଳୀ, ରାଷ୍ଟ୍ର ଋଷର ରାଷ୍ଟ୍ରପତି ପୁଟିନ ତାଙ୍କ ପ୍ରେମ ଜୀବନ ପ୍ରତି କେବେ ଗମ୍ଭୀର ନୁହଁନ୍ତି । ପୁଟିନଙ୍କର ଜଣେ ମହିଳା ସୁଇପରଙ୍କ ସହ ଥିଲା ସମ୍ପର୍କ । ଉଭୟଙ୍କର ଏକ ଝିଅ ମଧ୍ୟ ଅଛି । ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସ୍ୱେତଲାନା କ୍ରିଭୋନୋଗିଖ ନାମକ ଜଣେ ମହିଳାଙ୍କ ସହ ୬୯ ବର୍ଷିୟ ପୁଟିନଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ଚାଲିଥିଲା । କିନ୍ତୁ ବର୍ତ୍ତମାନ ଏହି ମହିଳା ସ୍ୱିପର ନୁହେଁ ୭୦୦କୋଟିର ମାଲିକ ହୋଇଛନ୍ତି ।

Spread the love