ଆମେରିକାକୁ ଋଷ୍‌ର ପ୍ରଶ୍ନ, ସ୍ପେସ୍‌ ଷ୍ଟେସନ୍‌କୁ କାହା ଉପରେ ପକାଇବୁ, ଭାରତ ନା ଚୀନ୍‌ ?

ୱାଶିଂଟନ୍‌, ୨୫/୦୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌ ଉପରେ ହମ୍‌ଲା କରିବା ନେଇ ଋଷ୍‌ ବିରୋଧରେ କିଛି ପ୍ରତିବନ୍ଧକ ଲଗାଇଛି । ଏଥିରେ ଏମିତି କିଛି ପ୍ରତିବନ୍ଧକ ରହିଛି ଯାହାକି ଋଷ୍‌ର ସ୍ପେସ୍‌ ପ୍ରୋଗ୍ରାମ୍‌କୁ ଦୁର୍ବଳ କରିଦେବ । ୟୁକ୍ରେନ୍‌ ଉପରେ ହମ୍‌ଲା କରିବାକୁ ନେଇ ଋଷ୍‌ ଏବଂ ଆମେରିକା ମଧ୍ୟରେ ପୁଣିଥରେ ବିବାଦ ବଢ଼ିଯାଇଛି । ବାଇଡେନ୍‌ କହିଛନ୍ତି ଯେ ଆମେ ଲଗାଇଥିବା ପ୍ରତିବନ୍ଧକ ଋଷ୍‌ର ଅର୍ଥବ୍ୟବସ୍ଥାକୁ ଏକ ଭଲ୍‌ ଝଟ୍‌କା ଦେବ ।

ଜୋ ବାଇଡେନ୍‌ ଏନେଇ କହିଛନ୍ତି ଯେ ଆମ ପ୍ରତିବନ୍ଧକ କାରଣରୁ ଋଷ୍‌ର ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିକୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିବ । ଏହି ପ୍ରତିବନ୍ଧକରେ ଋଷ୍‌ ସେନା, ଆର୍ଥିକ ସଂସ୍ଥା ଏବଂ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ପାଖ ଲୋକଙ୍କ ଉପରେ ଲଗାଯାଇଛି ।

 କିନ୍ତୁ ଆମେରିକାର ସ୍ପେସ୍‌ ଏଜେନ୍ସି ନାସା କହିଛି ଯେ ଆମେ ଋଷ୍‌ର ସ୍ପେସ୍‌ ଏଜେନ୍ସି ସହିତ ଇଣ୍ଟରନାସନାଲ୍‌ ସ୍ପେସ୍‌ ଷ୍ଟେସନ୍‌ର ସୁରକ୍ଷା ଏବଂ ଏବଂ ଅନ୍ୟ ମିଶନ୍‌ ସମ୍ପୂର୍ଣ୍ଣ କରିବୁ । ଆମେରିକା ଏବଂ ଋଷ୍‌ ମଧ୍ୟରେ ସିଭିଲ୍‌ କର୍ପୋରେସନ୍ ଜାରି ରହିବ । ଋଷ୍‌ ଉପରେ ଲଗାଯାଇଥିବା ପ୍ରତିବନ୍ଧକ କୌଣସି ରୁପେ ଅନ୍ତରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେସନ୍‌ (ଆଇଏସ୍‌ଏସ୍‌) ଉପରେ ପଡ଼ିବ ନାହିଁ ।    

ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ, ନାସା ଦେଇଥିବା ଏହି ବୟାନ ସେତେବେଳେ ଆସିଥିଲା ଯେତେବେଳେ, ଋଷ୍‌ ସ୍ପେସ୍‌ ଏଜେନ୍ସିର ନିର୍ଦ୍ଦେଶକ ଡିମିତ୍ରି ରୋଗୋଜିନ୍‌ ଟ୍ୱିଟ୍‌ କରି କହିଥିଲେ, ଆମେରିକା ଯଦି ଆଇଏସ୍‌ଏସ୍‌ରେ ଆମର ସହଯୋଗ ବନ୍ଦ କରିଦେବ ତେବେ ସ୍ପେସ୍‌ ଷ୍ଟେସନ୍‌ ଅନିୟନ୍ତ୍ରିତ ହୋଇ ଆମେରିକା କିମ୍ୱା ୟୁରୋପ ଉପରେ ପଡ଼ିବାରୁ କିଏ ବଞ୍ଚାଇବ । ଏହା ବି ଆଶଙ୍କା ଯେ, ଏହି ୫ ଶହ ଟନ୍‌ର ଷ୍ଟେସନ୍‌ ଭାରତ କିମ୍ୱା ଚୀନ୍‌ ଉପରେ କାହିଁକି ନପଡ଼ିବ । କଣ ଆପଣ ତାଙ୍କୁ ଏପରି ଡରାଇବାକୁ ଚାହାଁନ୍ତି ? ସେ ପୁଣି କହିଛନ୍ତି ଯେ ଆଇଏସ୍‌ଏସ୍‌ ଋଷ୍‌ ଉପରେ ଉଡ଼ୁ ନାହିଁ । ତେଣୁ ଯାହା କ୍ଷତି ହେବ ସବୁ ତୁମର । କଣ ଆପଣ ଏହି ବିପଦ ମୁଣ୍ଡାଇବାକୁ ପ୍ରସ୍ତୁତ ବୋଲି ସେ ଆମେରିକାକୁ ପ୍ରଶ୍ନ କରିଛନ୍ତି ।

Spread the love