ୟୁକ୍ରେନ ବ୍ଲାକ ସି ଉପରେ ରୁଷର ଆକ୍ରମଣ, ୬୦ହଜାର ଟନର ଶସ୍ୟ ନଷ୍ଟ

ସି-ଡିଲ ସରିବା ପରେ ୟୁକ୍ରେନ ବ୍ଲାକ ସି ଉପରେ ରୁଷର ଆକ୍ରମଣ । ମିସାଇଲ ଆକ୍ରମଣରେ ୬୦ହଜାର ଟନର ଶସ୍ୟ ନଷ୍ଟ । ଏକ ଗ୍ରେନ ଷ୍ଟୋରେଜ ମଧ୍ୟ ଧ୍ୱଂସ । ବ୍ଲାକ ସ’ିରେ ୟୁକ୍ରେନ ଶସ୍ୟ ରପ୍ତାନି ଡିଲ୍‌କୁ ବାତିଲ କରିଛି ରୁଷ। ଡିଲ୍‌କୁ ପାଶ୍ଚାତ୍ୟ ଦେଶ ରାଜନୈତିକ ବ୍ଲାକମେଲ ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ।ରୁଷିଆର ସମସ୍ତ ସର୍ତ୍ତ ପୂରଣ ହେଲେ ପୁଟିନ ଆଉ ଥରେ ଡିଲ୍‌ ପାଇଁ ଭାବିପାରନ୍ତି ବୋଲି କହିଛନ୍ତି। ରୁଷିଆର ଏୟାର ଷ୍ଟ୍ରାଇକ ରେ ବନ୍ଦର ସହର ଓଡେସା ସମେତ ଦକ୍ଷିଣ ୟୁକ୍ରେନ ସହରରେ ୨୧ ଜଣ ଆହତ ହୋଇଛନ୍ତି ।

Spread the love