ୟୁକ୍ରେନ୍‌ରେ ଉପରେ ପୁଣି ଋଷିଆର ବୋମାମାଡ଼

କିଭ୍‌  :  କ୍ରିମିଆର କର୍ଚ ବ୍ରିଜ୍‌ ବିସ୍ଫୋରଣରେ ପ୍ରତିଶୋଧ ପରାୟଣ ହୋଇ ରୁଷିଆ ୟୁକ୍ରେନ୍‌ ଉପରେ ଗତସୋମବାର ୮୪ ମିଶାଇଲ ଛାଡ଼ିବା ପରେ ଗତମଙ୍ଗଳବାର ମଧ୍ୟ ଏହି ପୂର୍ବ ୟୁରୋପୀୟ ଦେଶର ବିଭିନ୍ନ ସହରରେ ବୋମା ବର୍ଷା କରିଛି। ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମିକୁ ମସ୍କୋ ଟାର୍ଗେଟ କରିଥିବା ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେବଳ ଲଭିଭ୍‌ରେ ଥିବା ଦୁଇଟି ଏନର୍ଜୀ ଫାସିଲିଟିରେ ୩ଟି ବିସ୍ଫୋରଣ ହୋଇଛି। ସୋମବାର ହୋଇଥିବା କ୍ଷେପଣାସ୍ତ୍ର ମାଡ଼ରେ ମୃତ୍ୟୁସଂଖ୍ୟା ୧୯ରେ ପହଞ୍ଚିଥିବାବେଳେ ଅନୂ୍ୟନ ୧୦୫ ଜଣ ଆହତ ହୋଇଥିବା ୟୁକେନ୍‌ର ଏମର୍ଜେନ୍ସି ସର୍ଭିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Spread the love