ୟୁକ୍ରେନ୍କୁ ସାମରିକ ସହାୟତା ଯୋଗାଇବ ଆମେରିକା
ୱାସିଂଟନ୍: ଏବେ ବି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଆଜି ୫୬ ଦିନରେ ଯୁଦ୍ଧ ଜାରି ରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢ଼ିବାରେ ଲାଗିଛି । ୟୁକ୍ରେନ୍କୁ ପୁଣି ସହାୟତାର ହାତ ବଢ଼ାଇଲା ଆମେରିକା । ସୈନ୍ୟ ସହାୟତା ପ୍ୟାକେଜ ଦେବାନେଇ ୟୁକ୍ରେନ୍କୁ ପୁଣିଥରେ କହିଛି ଆମେରିକା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜେଲେନସ୍କିଙ୍କ ସହ କଥା ହେବା ପରେ ଏହି ସହାୟତା ପୁଣି ଥରେ ଘୋଷଣା କରିଛନ୍ତି। ଆମେରିକା ୟୁକ୍ରେନକୁ ୬ହଜାର କୋଟିର ସାମରିକ ସହାୟତା ଦେବାକୁ ସୂଚନା ଦେଇଛି । ପୂର୍ବରୁ ମଧ୍ୟ ଆମେରିକା ୟୁକ୍ରେନ୍କୁ ସହାୟତା କରିଆସୁଛି । ଆର୍ଥିକ ଓ ସାମରିକ କ୍ଷେତ୍ରରେ ୟୁକ୍ରେନ୍ ସହ ରହିଆସିଛି । ରଣ କ୍ଷେତ୍ରରେ ୟୁକ୍ରେନ୍ର ସୈନିକଙ୍କୁ ରୁଷ ଚେତାବନୀ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି ।