ରୁଷିଆକୁ ଟାର୍ଗେଟ ପାଇଁ ୟୁକ୍ରେନ୍‌କୁ ରକେଟ୍‌ ଦେବନି ଆମେରିକା

ଓ୍ବାଶିଂଟନ : ୟୁକ୍ରେନ୍‌ ସୀମାରୁ ରୁଷିଆ ପର୍ଯ୍ୟନ୍ତ ରେଞ୍ଜ୍‌ର ରକେଟ୍‌ ଆମେରିକା ଏହି ପୂର୍ବ ୟୁରୋପୀୟ ଦେଶକୁ ପଠାଇବ ନାହିଁ। ଓ୍ବାଶିଂଟନ୍‌ ୟୁକ୍ରେନ୍‌କୁ ଦୀର୍ଘ ଲକ୍ଷ୍ୟସ୍ଥଳ ଭେଦିବା ଭଳି ରକେଟ ସିଷ୍ଟମ ଦେବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ୟୁକ୍ରେନ୍‌ରୁ ରୁଷିଆ ସୀମା ଟପିପାରୁଥିବା ରକେଟ୍‌ ସିଷ୍ଟମ କିଭ୍‌କୁ ପ୍ରଦାନ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତକାଲି କହିଛନ୍ତି। ଦୂର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ରକେଟ୍‌ ସିଷ୍ଟମ ପଠାଇବା ନିମନ୍ତେ ୟୁକ୍ରେନ୍‌ ବାରମ୍ବାର ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକୁ ନିବେଦନ କରିଆସୁଛି।

Spread the love