ଡିଜାଇନର ରୁଟି’ ଫଟୋ ସୋସିଆଲ ମିଡିଆରେ ଭାଇରାଲ

ଖ୍ୟାତନାମା ଶେଫ୍‌ ବିକାଶ ଖନ୍ନା ନିକଟରେ ଟ୍ଵିଟରରେ ଏକ ଫଟୋ ଶେୟାର କରିଛନ୍ତି। ରୁଟି ଭଳି ଦେଖାଯାଉଥିବା ଏହି ଫଟୋରେ କିଛି ଟ୍ଵିଷ୍ଟ୍‍ ରହିଛି। ସୋସିଆଲ ମିଡିଆରେ ଫଟୋ ସାମ୍ନାକୁ ଆସିବା ପରେ ଏହି ନିଆରା ରୁଟିର ବେଶ୍‌ ପ୍ରଶଂସା କରାଯାଉଛି। ସେପଟେ ୟୁଜରମାନେ ବିଭିନ୍ନ ପ୍ରକାର କମେଣ୍ଟ ସହିତ ନିଜ ନିଜ ପୋଷ୍ଟ ଶେୟାର କରିବାରେ ଲାଗିଛନ୍ତି।

ନିକଟରେ ଦୁବାଇରେ ଆରମ୍ଭ ହୋଇଥିବା ଏଲୋରା ରେଷ୍ଟୁରାଣ୍ଟରୁ ଏହି ଫଟୋ ଭାଇରାଲ ହୋଇଛି। ଗତବର୍ଷ କରୋନା ମହାମାରୀ ସମୟରେ ଏହି ରେଷ୍ଟୁରାଣ୍ଟକୁ ଲଞ୍ଚ୍‌ କରାଯାଇଥିଲା। ଯଦି ଆପଣ ଏହି ଫଟୋକୁ ଧ୍ୟାନ ପୂର୍ବକ ଦେଖିବେ, ତ ଏଥିରେ ଫୁଲ ପ୍ୟାର୍ଟନ ନକ୍ସା ଦେଖିବାକୁ ପାଇବେ। ଶେଫ୍‌ ଫଟୋ ସହିତ କ୍ୟାପସନ ଦେଇଛନ୍ତି, ‘କଳା, ଟେକ୍ନିକ୍‌, ପରମ୍ପରା’।ଟ୍ଵିଟରରେ ଜଣେ ୟୁଜର ଲେଖିଛନ୍ତି, ‘ଏହି କଳାକୃତି ଅନ୍ଧାର ବ୍ୟାକ୍‌ଗ୍ରାଉଣ୍ଡରେ ଆଶ୍ଚର୍ଯ୍ୟଜନକ ଲାଗିଥାଏ। ଏମିତି ଲାଗେ କି, ଯେମିତି ଦୁଇଟି ଜହ୍ନକୁ ଡିଜାଇନ୍‌ କରାଯାଇଛି। କଳାର ଏହି ପବିତ୍ର ଖଣ୍ଡକୁ ଖାଇବା ପାପ ହେବ’। ସେହିପରି ଆଉ ଜଣେ ଲେଖିଛନ୍ତି, ‘ଆପଣଙ୍କ କଳାର ନମୁନାକୁ ମୁଁ କେବେ ବି ଖାଇପାରିବି ନାହିଁ। ଏହା ଏତେ ସୁନ୍ଦର ଯେ ଏହାକୁ ଚୋବା ଯାଇପାରିବ ନାହିଁ।’ ଆଉ କିଛି ୟୁଜର ଗହମ ଉତ୍ପାଦନ କରିଥିବା ଚାଷୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love