ଆଜି ସବରୀମାଲା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଫଇସଲା ଶୁଣାଇବେ

ଅଯୋଧ୍ୟା ମାମଲାରେ ଫଇସଲା ପରେ ସୁପ୍ରିମକୋର୍ଟ ଗୁରୁବାର ସବରୀମାଲା ମାମଲାରେ ନିଜର ଅନ୍ତିମ ଫଇସଲା ଶୁଣାଇବେ । ସବରୀମାଲା ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଫେବୃୟାରୀରେ ଦାଖଲ ପୁର୍ନବିଚାର ଆବେଦନର ଶୁଣାଣି ପୂରା କରିଥିଲେ ଏବଂ ନିଜର ଫଇସଲା ସୁରକ୍ଷିତ ରଖିଥିଲେ, ଯାହାକୁ ଏବେ ସାର୍ବଜନିକ କରିବା ବାକି ଅଛି । ହି ଫଇସଲା ପରେ ସ୍ପଷ୍ଟ ହୋଇଯିବ ଯେ, ମହିଳାଙ୍କ ଉପରେ ପ୍ରାଚୀନ କାଳରୁ କଟକଣା ଜାରି ଥିବା ପରିସ୍ଥିତି ପୂର୍ବ ଭଳି ରହିବ ନାଁ କିଛି ପରିବର୍ତ୍ତନ ହେବ । ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ସ୍ୱତନ୍ତ୍ର ଖଣ୍ଡପୀଠର ଫଇସଲା ଉପରେ ଲୋକେ ଯାହା ଭାବୁଥିଲେ, ତାହା ହିଁ ହୋଇଥିଲା । କୋର୍ଟ କହିଥିଲେ ଯେ, ଧାର୍ମିକ ଅଧିକାରରେ ଦଖଲ ଦିଆଯାଇପାରିବ ନାହିଁ । ସୂଚନାଯୋଗ୍ୟ ଶୀର୍ଷ ଅଦାଲତଙ୍କ ୨୦୧୮ ଫଇସଲା ଉପରେ ପୁର୍ନବିଚାର ଦାବି କରି ୬୫ଟି ଆବେଦନ ହୋଇଛି । ଏବେ ସୁପ୍ରିମକୋର୍ଟ ଖଣ୍ଡପୀଠ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ନିଜର ଫଇସଲା ଶୁଣାଇବେ । ସୂଚନାଯୋଗ୍ୟ ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଅବସର ନେବେ ।  ସୁପ୍ରିମକୋର୍ଟ ସବରୀମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ଉପରେ କଟକଣା ଉଠାଇ ଦେଇଥିଲେ । ଏଥି ସହିତ କହିଥିଲେ ଯେ, ମହିଳାଙ୍କ ସବରୀମାଲା ମନ୍ଦିରକୁ କଟକଣା ଅସାମ୍ବିଧାନିକ । ଏହି ଫଇସଲାକୁ ଭଗବାନ ଆୟପ୍ପାଙ୍କ ଅନୁଯାୟୀ ବିରୋଧ କରାଯାଉଛି । କୁହାଯାଇଥାଏ ଯେ, ଭଗବାନ ଆୟପ୍ପା ବ୍ରହ୍ମଚାରୀ ଓ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଯୋଗୁଁ ମନ୍ଦିରର ପ୍ରକୃତି ପରିବର୍ତ୍ତନ ହୋଇଯିବ ।

Spread the love