ବଜାରରୁ ନୁହେଁ ଏଥର ଘରେ ବନାନ୍ତୁ ପାମ୍ପଡ

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ସାଗୁ ଦାନା
  • ୧ କପ୍‌ ପାଣି
  • ୧ ବଡ ଚାମଚ ଗୋଲମରୀଚ
  • ଆବଶ୍ୟକ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ସାଗୁଦାନା ନିଅନ୍ତୁ। ସାଗୁଦାନାକୁ ୪ ରୁ ୫ ଘଣ୍ଟା ପାଇଁ ଭିଜାଇ ରଖି ଦିଅନ୍ତୁ। ଯେତେବେଳେ ସାଗୁଦାନା ଭଲଭାବେ ଭିଜି ଯିବ ସେତେବେଳେ ପାଣିକୁ ଅଲଗା ରଖି ସାଗୁ ଦାନାକୁ ଛାଣି ରଖନ୍ତୁ। ଏବେ ଭିଜାଇ ରଖିଥିବା ସାଗୁଦାନାକୁ ଏକ କଡାରେ ଢ଼ାଳନ୍ତୁ। ସେଥିରେ ୪ କପ୍‌ ପାଣି ଦେଇ ସିଝାନ୍ତୁ। ଏଥିରେ ଚିଲ୍ଲୀ ପେଷ୍ଟ, ଗୋଲମରୀଚ ପାଉଡର ମିଶାଇ ସମସ୍ତ ସାମଗ୍ରୀକୁ ଭଲଭାବେ ରାନ୍ଧନ୍ତୁ। ସମସ୍ତ ସାମଗ୍ରୀକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଭଲଭାବେ ସିଝିବାକୁ ଛାଡନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ ଯେପର୍ଯ୍ୟନ୍ତ ସାଗୁଦାନା ସିଝି ନରମ ନହୋଇଛି। ଯେତେବେଳେ ଏହି ମିଶ୍ରଣ ଗାଢ଼ା ହେବାକୁ ଲାଗିବ ସେତେବେଳେ ଫ୍ଲେମ ବନ୍ଦ କରିଦିଅନ୍ତୁ ଏବଂ ମିଶ୍ରଣକୁ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ।

ଏବେ ପର୍ଚମେଣ୍ଟ ପେପର ନିଅନ୍ତୁ, ପ୍ରସ୍ତୁତ କରିଥିବା ମିଶ୍ରଣକୁ ପେପର ଉପରେ ପକାନ୍ତୁ। ଏହା ଉପରେ ସିଟ୍‌ ଲଗାଇ ଦିଅନ୍ତୁ। ଏବେ ଏହାକୁ ବେଲି ପାମ୍ପଡ ଆକାର ଦିଅନ୍ତୁ। ଏହିଭଳି ଭାବେ ପାମ୍ପଡକୁ ବେଲି ଦିଅନ୍ତୁ। ଏବେ ପ୍ରସ୍ତୁତ କରିଥିବା ପାମ୍ପଡକୁ ୨ ରୁ ୩ ଦିନ ପର୍ଯ୍ୟନ୍ତ ଖରାରେ ସୁଖାଇ ଦିଅନ୍ତୁ। ଏହାକୁ କ୍ରିସପି ହେବା ପର୍ଯ୍ୟନ୍ତ ଖରାରେ ରଖନ୍ତୁ। ଖରାରେ ସୁଖାଯାଇଥିବା ପାମ୍ପଡ ଅଧିକ ଦିନ ଧରି ରହିଥାଏ। ଏବଂ ଜଲଦି ଖରାପ ହୋଇନଥାଏ। ପାମ୍ପଡ ଭଲଭାବେ ସୁଖିଗଲେ ଏହାକୁ ଏୟାର ଟାଇଟ କଣ୍ଟେନରରେ ଷ୍ଟୋର କରି ରଖନ୍ତୁ। ଯେତେବେଳେ ବି ପାମ୍ପଡ ଖାଇବାକୁ ମନ ହେବ ଏହାକୁ ଗରମା ଗରମ ତେଲରେ ଛାଣି ଖାଆନ୍ତୁ। ଆଞ୍ଚରେ ରୋଷ୍ଟ କରି ବି ଖାଇପାରିବେ। ଓଭନରେ ବେକ କରି ବି ଖାଇପାରିବେ।

Spread the love