ଶାଗୁଦାନା ବରା

ଶାଗୁଦାନା ବରା ସାମଗ୍ରୀ: ଜୁଆଣି, ହଳଦୀ, ଗୋଲମରିଚ ପାଉଡର, କଳା ଜିରା, ଲୁଣ ସ୍ୱାଦନୁସାରେ, କଞ୍ଚାଲଙ୍କା, ଚାଉଳ ଗୁଣ୍ଡ, ଆଳୁ, ଶାଗୁଦାନା, ଅଦା, ଲଙ୍କା, ଧନିଆ, ଲେମ୍ବୁ ରସ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମ ଶାଗୁଦାନକୁ ଭଲଭାବେ ଧୋଇ ତାକୁ ୨ ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ଦିଅନ୍ତୁ।

ଶାଗୁଦାନା ଭିଜିଗଲେ ସେଥିରୁ ପାଣି କାଢି ସେଥିରେ ଲଙ୍କା, ଚାଉଳ ଗୁଣ୍ଡ, ଗୋଲମରିଚ ପାଉଡର, ଲୁଣ, ଆଳୁ, କଞ୍ଚାଳଙ୍କା, ଧନିଆପତ୍ର ଏବଂ ଲେମ୍ବୁ ରସ ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ।

ଏବେ ଶାଗୁଦାନକୁ ବରା ଆକାରର କରି ଛାଣନ୍ତୁ। ଆଉ ସସ୍‌ ସହିତ ଗରମ ଗରମ ପରଷନ୍ତୁ।

Spread the love