କଟାକ୍ଷ କରିବା ସୋଏବଙ୍କୁ ମହଙ୍ଗା ପଡ଼ିଲା, ସଚିନ ଦେଲେ କଡ଼ା ଜବାବ

ଅହମଦାବାଦ :ଗତକାଲି ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ଟିମ ଇଣ୍ଡିଆ ପରାସ୍ତ କରିଥିଲା।। ଦିନିକିଆ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ମୁକାବିଲା ହୋଇଥିବାବେଳେ ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରିଥିଲା । ଏହାପରେ ଭାରତୀୟ ଖେଳପ୍ରେମୀ ଖୁସିରେ ବାଣ ଫୁଟାଇ କେକ ବି କାଟିଥିଲେ। ଭାରତର ଏହି ବିଜୟ ପରେ କ୍ରିକେଟର ସଚିନ ତେନ୍ଦୁଲକର ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତରଙ୍କୁ କଡ଼ା ଜବାବ ଦେଇଛନ୍ତି।ଆଇସିସି ବିଶ୍ବକପ-୨୦୨୩ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ସୋଏବ ଅଖତର ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୯୯ ମସିହାରେ ହୋଇଥିବା ଏସିୟନ ଟେଷ୍ଟ ଚମ୍ପିୟନସିପର ଏକ ମ୍ୟାଚର ଫଟୋ ଏକ୍ସ (ଟୁଇଟର)ରେ ସେୟାର କରିଥିଲେ। ଫଟୋରେ ସୋଏବ ଅଖତର ସଚିନ ତେନ୍ଦୁଲକର ଆଉଟ ହୋଇଯିବା ପରେ ଉତ୍ସାହିତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।ଏହି ଖେଳରେ ସଚିନ ଶୂନରେ ଆଉଟ ହୋଇଯାଇଥିଲେ। ଏହି ମ୍ୟାଚ କୋଲକାତାର ଗାର୍ଡନ୍ସରେ ଖେଳା ଯାଇଥିଲା। ସୋଏବ ଅଖତର ଏହି ପୋଷ୍ଟର କ୍ୟାପସନରେ ଲେଖିଥିଲେ, ‘କାଲି ଯଦି ଏମିତି କିଛି କରିବାକୁ ଅଛି, ତେବେ ଥଣ୍ଡା ରୁହ।’ଗତକାଲି ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ଟିମ ଇଣ୍ଡିଆ ପରାସ୍ତ କରିବା ପରେ ସଚିନ ସୋଏବ ଅଖତରଙ୍କୁ ଉତ୍ତର ଦେଇ କହିଥିଲେ, ‘ମୋର ସାଙ୍ଗ ଆପଣଙ୍କ ପରାମର୍ଶକୁ ପାଳନ କରିଲି ଓ ଆଉ ସବୁକିଛି ଥଣ୍ଡା ରଖିଲି।’

Spread the love