ସଡକ ଦୁର୍ଘଟଣା 50 ପ୍ରତିଶତ କମ କରିବା ରାଜ୍ୟ ସରକାରଙ୍କ ପ୍ରଥମ ଲକ୍ଷ୍ୟ- ମନ୍ତ୍ରୀ ପଦ୍ମନାଭ ବେହେରା

31ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ ହେଲା । କାର୍ଯ୍ୟକ୍ରମ ରେ ଉଦଘାଟିତ ହେଲା ଇ-ଚେକ ଗେଟ ବ୍ୟବସ୍ଥା । ଏହି ବ୍ୟବସ୍ଥା ଏଣିକି ଅନ୍ୟ ରାଜ୍ୟର ଗାଡ଼ି ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଗେଟ ପ୍ରବେଶ ହୋଇ ପାରିବ । ଏହି ବ୍ୟବସ୍ଥାକୁ ଉଦଘାଟନ କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଏହା ସହ ମୋବାଇଲ ଆପ ସେବା ସିଟିଜେନ ରିପୋର୍ଟିଂ ର ମଧ୍ୟ ଶୁଭାରମ୍ଭ କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନୂଆ ଆପ ଜରିଆରେ ଏଣିକି ଟ୍ରାଫିକ ନିୟମ ଉଲଂଘନ କାରୀଙ୍କୁ ଧରିବା ହେବ ସୁବିଧା । ଏଣିକି ସାଧାରଣ ଲୋକେ ମଧ୍ୟ ଟ୍ରାଫିକ ନିୟମ ଉଲଂଘନ କରୁଥିବା ଗାଡି ଚାଳକଙ୍କ ଫଟୋ ସିଧାସଳଖ ଆପ ମାଧ୍ୟମରେ ପଠାଇ ପାରିବେ ।

କାର୍ଯ୍ୟକ୍ରମ ରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା, ଆମର ଲକ୍ଷ୍ୟ ରାଜ୍ୟରେ ସଡ଼କ ଦୁର୍ଘଟଣା କୁ 50 ପ୍ରତିଶତ କମ କରିବା, ପରିବହନ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବା ଉଚିତ, ଓଡ଼ିଶାରେ ଏହାକୁ କଡ଼ାକଡ଼ି ଅନୁପାଳନ ହେବ  ।

Spread the love