ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେ ସାଗରିକା

ଆରାଧ୍ୟ ଚାରିଟେବଲ ଟ୍ରଷ୍ଟର ମୁଖ୍ୟ ପରିଚାରିକା ତଥା ସୋସିଆଲ ମିଡିଆ ପ୍ରଶାସକ ଏବଂ ଇଂରାଜୀ ମେଡିଆ ‘ଦ ନ୍ୟୁଜ ଇନସାଇଟ’ (The News Insight) ର ସହଯୋଗୀ ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିବା  ସାଗରିକା ଶତପଥୀ, ସେବା ଓ ମାନବିକତାକୁ ନିଜ ଧର୍ମ ମଣି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରଗାଁ ଗ୍ରାମରୁ ଆସି ସେ ଭୁବନେଶ୍ୱରରେ ନିଜର ପ୍ରତିଷ୍ଠା ସ୍ଥାପନ କରିପାରିଛନ୍ତି ଏବଂ ସବୁବେଳେ ଆଗରେ ରହି ଅନ୍ୟମାନଙ୍କୁ ପ୍ରେରଣା ଯୋଗେଇଆସିଛନ୍ତି । ଭୁବନେଶ୍ୱରରେ ସମାଜ ସେବା (MSW) ଏବଂ ଦିଲ୍ଲୀରୁ ମାନବ ଅଧିକାର (Human Rights) ରେ ସ୍ନାତକୋତ୍ତର କରିବା ସହ ସେ ଷ୍ଟେନୋଗ୍ରାଫି ରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି ।

ମେଡିଆ ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।

ନାରୀ ସଶକ୍ତିକରଣ କ୍ଷେତ୍ରରେ ଶିକ୍ଷାର ମହାନ ଭୂମିକା ରହିଥିବାବେଳେ ସେ ନାରୀ ଶିକ୍ଷାକୁ ପ୍ରାଧାନ୍ୟ ଦେଇଆସିଛନ୍ତି । ଗ୍ରାମାଞ୍ଚଳରେ ଗରିବ ଛାତ୍ର ଛାତ୍ରୀଙ୍କୁ ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ (a/c – 3111493976) ତରଫରୁ ମାଗଣା କମ୍ପୁଟର ଶିକ୍ଷା ଦେଇଆସୁଥିବାବେଳେ ଅନାଥ ଆଶ୍ରମ, କନ୍ୟା ଆଶ୍ରମକୁ ଗ୍ରହଣ କରିଛନ୍ତି ।

କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳର କୁନି କୁନି ଛାତ୍ର ଛାତ୍ରୀଙ୍କୁ ଅନଲାଇନ ଶିକ୍ଷା ଯୋଗେଇବା ସହ ଗ୍ରାମାଞ୍ଚଳ ତଥା ବସ୍ତି ଅଞ୍ଚଳରେ ମହିଳା ମାନଙ୍କୁ ଏବଂ ଦିବ୍ୟାଙ୍ଗ ବିଦ୍ୟାଳୟର ଝିଅ ମାନଙ୍କୁ ସ୍ୱଚ୍ଛତା ଅବଲମ୍ବନ କରିବା ସକାଶେ ୧୦,୦୦୦ ରୁ ଉର୍ଦ୍ଧ ସାନିଟାରୀ ପେଡ ବଣ୍ଟନ କରିଛନ୍ତି ।

ଶ୍ରୀମତୀ ଶତପଥୀଙ୍କ ତତ୍ୱାବଧାନତାରେ ବାତ୍ୟା, ପ୍ରକୃତିକ ଦୁର୍ବିପାକ ସମୟରେ ନିରାଶ୍ରୟ ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଏ ।

ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହୁଥିବା ଛାତ୍ରୀ ମାନଙ୍କୁ ସେ ସିଲେଇ ମେସିନ ସହ ପ୍ରଶିକ୍ଷକ ମଧ୍ୟ ନିଯୁକ୍ତି କରିଥିଲେ ଯାହାଦ୍ୱାରା ଛାତ୍ରୀ ମାନେ ଅଧ୍ୟୟନ ଶେଷ ହେବ ପରେ ହେବା ପରେ କାହା ଉପରେ ନିର୍ଭର ନ କରି ଆତ୍ମନିର୍ଭର ହୋଇ ପାରିବେ । ଏବେ ସେ ମହିଳା ଷ୍ଟାର୍ଟଅପ ଉଦ୍ୟୋଗୀ ଭାବରେ ମଧ୍ୟ ନିଜର ପ୍ରତିଷ୍ଠା ସ୍ଥାପନ କରିଛନ୍ତି । ପେପର ପ୍ଲେଟ ତିଆରି କରି, ନିଯୁକ୍ତି ଦେଇ ରୋଜଗାର ଦେଇ ବ୍ୟବସାୟରେ ସଫଳତା ଲାଭ କରିପାରିଛନ୍ତି ।

ପ୍ଲାଷ୍ଟିକ ଓ ପଲିଥିନ ଯେ ଆମ ପରିବେଶ ପାଇଁ ଏକ ବଡ ଆହ୍ୱାନ ହେଲାଣି ଏହା ସମସ୍ତେ ଜାଣନ୍ତି | ପ୍ଲାଷ୍ଟିକ, ପଲିଥିନ ଏବଂ ସୋଲ ସହଜରେ ନଷ୍ଟ ହୋଇନଥାଏ । ଏହା ନଷ୍ଟ ହେବାକୁ ହଜାର ହଜାରବର୍ଷ ସମୟ ନେଇଥାଏ । ପ୍ଲାଷ୍ଟିକ, ପଲିଥିନ ଏବଂ ସୋଲକୁ ନଷ୍ଟ କରିବାପାଇଁ ତାକୁ ପୋଡିଲେ ମଧ୍ୟ ଯେଉଁ ବାୟୁ ପ୍ରଦୂଷଣର ଆଶଙ୍କା ରହିଛି ତାହା ଆହୁରି ସାଙ୍ଘାତିକ । ପରିବେଶ ସୁରକ୍ଷା କୁ ଆଖି ଆଗରେ ରଖି ଶ୍ରୀମତୀ ସାଗରିକା ଶତପଥୀ ପ୍ଲାଷ୍ଟିକ ଓ ସୋଲ ପ୍ଲେଟ ବଦଳରେ ପେପର ପ୍ଲେଟ ତିଆରି ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ଓଡିଶାକୁ ପ୍ଲାଷ୍ଟିକ ମୁକ୍ତ କରିବା ଅଭିଯାନରେ ନିଜକୁ ସାମିଲ କରିଛନ୍ତି ।

ତେବେ ଏହି ସବୁ ସମାଜ ସେବା କାର୍ଯ୍ୟର ଶ୍ରେୟ ସେ ତାଙ୍କ ମା’ ସରୋଜିନୀ ଶତପଥୀ ଏବଂ ଟ୍ରଷ୍ଟ୍ର ର ସଦସ୍ୟମାନଙ୍କୁ ଦେଇଛନ୍ତି । ସେମାନଙ୍କ ସାହାଯ୍ୟ ବିନା ଏତେ ସବୁ କାର୍ଯ୍ୟ ଅସମ୍ଭବ ବୋଲି ସାଗରିକା କହିଛନ୍ତି । ମା’ଙ୍କଠୁ କେବେ ନ ହାରିବା ଏବଂ ଆଗକୁ ଆଗକୁ ବଢ଼ି ଚାଲିବା ସେ ଶିଖିଛନ୍ତି ଏବଂ ତାକୁ ଅକ୍ଷରେ ଅକ୍ଷରେ ମାନି ଚାଲି ଆସିଛନ୍ତି।

ଝିଅ ମାନଙ୍କୁ କିଶୋରାବସ୍ଥା ରୁ ଏକ ସୀମିତ, ସଙ୍କୁଚିତ ବାତାବରଣରେ ନ ବଢ଼ାଇ, ବାହାଘର ପୂର୍ବରୁ ଏବଂ ବାହାଘର ପରେ, ପରିବାର ଓ ସମାଜ ସମାନ ସୁବିଧା ସୁଯୋଗ ଦେବା ଉଚିତ ବୋଲି କହିଛନ୍ତି । ‘ଆଜିର ନାରୀ ଅବଳା କି ଦୁର୍ବଳା ନୁହେଁ ବରଂ ସେ ସ୍ଵୟଂଶିଦ୍ଧା, ସାହସୀ । ସମସ୍ତ କ୍ଷେତ୍ର ରେ ସେ ସଫଳ । ଆଜିର ନାରୀ ନିଜ ବୁଦ୍ଧିବଳରେ ସେ ପରିବାର ବି ଚଳାଇପାରେ ଆଉ ଅଫିସ ଏବଂ ଦେଶ ବି । ଶେଷରେ ସମସ୍ତ ନାରୀ ଶକ୍ତିଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣେଇଛନ୍ତି ।

Spread the love