ସାଗୁଦାନା ଭେଲ

ଆବଶ୍ୟକ ସାମଗ୍ରୀ: ସାଗୁଦାନା – ୧୩୦ ଗ୍ରାମ

ପାଣି – ୮୦୦ଏମଏଲ
ତେଲ – ୨ ଟେବୁଲ ଚାମଚ
କାଜୁ – ୩୦ ଗ୍ରାମ
ବାଦାମ୍‌ – ୫୦ ଗ୍ରାମ୍‌
ତେଲ – ୨ ଚାମଚ
ସିଝା ଆଳୁ – ୧୫୦ ଗ୍ରାମ୍‌
ଲେମ୍ବୁ ରସ – ୧ ଚାମଚ
ବିଟ୍‌ ଲୁଣ – ୧/୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ
  • ଏକ ପାତ୍ରରେ ସାଗୁଦାନାକୁ ୮୦୦ ଏମଏଲ ପାଣି ପକାଇ ୪-୫ ଘଣ୍ଟା ଭିଜାଇ ରଖିଦିଅନ୍ତୁ।
  • ଏକ ପ୍ୟାନରେ ତେଲ ଗରମ କରି ସେଥିରେ କାଜୁ, ବାଦାମ ପକାଇ ୩-୫ ମିନିଟ୍‌ ପର୍ଯ୍ୟନ୍ତ ଗୋଲଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ।
  • ଏହାକୁ ଆଞ୍ଚରୁ ବାହାର କରି ଗୋଟେ ସାଇଡକୁ ରଖିଦିଅନ୍ତୁ। ଏକ କଡାରେ ୨ ଟେବୁଲ ଚାମଚ ତେଲ ଗରମ କରି ସେଥିରେ ଭିଜାଇ ରଖିଥିବା ସାଗୁଦାନା ପକାଇ ୩ ରୁ ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ।
  • ଏହାପରେ ଏଥିରେ ସିଝା ଆଳୁ, କାଜୁ, ବାଦାମ, ଲେମ୍ବୁ ରସ, ବିଟ ଲୁଣ, ଲାଲ ଲଙ୍କା, ଚାଟ ମସଲା, ଧନିଆ ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ମଧ୍ୟମ ଆଞ୍ଚରେ
  • ୩ରୁ୫ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧିବା ପରେ ଆଞ୍ଚରୁ ବାହାର କରିଦିଅନ୍ତୁ।
  • ଏବେ ଆପଣଙ୍କର ସାଗୁଦାନା ଭେଲ ପ୍ରସ୍ତୁତ ହୋଇଯାଇଛି। ମାଆଙ୍କୁ ଭୋଗ ଲଗାଇବା ପରେ ଏହାକୁ ସର୍ଭ କରନ୍ତୁ।
Spread the love