୧୦ କିଲୋ ବ୍ରାଉନ ସୁଗାର ଜବତ; ୬ ଅଭିଯୁକ୍ତ ଗିରଫ

ବାଲେଶ୍ୱର ୨୮/୧୦: ୧୦ କିଲୋ ୬୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ସଦଦେବଖୁଣ୍ଟା ଥାନା ପୋଲିସ। ବାଲେଶ୍ୱର ଜିଲ୍ଲା ଫୁଲାଡ଼ି ଅଞ୍ଚଳରୁ ଏହି ଧଳା ଜହର ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗାର୍‌ର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଧଳା ଜହର କାରବାର ଅଭିଯୋଗରେ ମଧ୍ଯପ୍ରଦେଶର ଜଣେ ଅଭିଯୁକ୍ତଙ୍କ ସହିତ ୬ ଗିରଫ। ଜବତ ବ୍ରାଉନସୁଗାର ଅନ୍ୟ ରାଜ୍ଯକୁ ଚାଲଣ ଯୋଜନା ହେଉଥିଲା ବୋଲି ଜଣାପଡ଼ିଛି। ଏନେଇ ସାମ୍ୱାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଆଇଜି  ଓ ଏସପି ସୂଚନା ଦେଇଛନ୍ତି।

Spread the love