ସାହାରା ଇଣ୍ଡିଆ ଗ୍ରାହକଙ୍କ ପାଇଁ ହେଲ୍ପଲାଇନ ଜାରି

ନୂଆଦିଲ୍ଲୀ: ସାହାରା ଇଣ୍ଡିଆରେ ରିଫଣ୍ଡ୍‌କୁ ନେଇ ସରକାର ଆକ୍ସନ୍‌ ମୋଡ୍‌ରେ। ଯେଉଁମାନଙ୍କ ପଇସା ସାହାରା ଇଣ୍ଡିଆରେ ଫସିଛି, ତାଙ୍କ ପାଇଁ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯାଇଛି। କେବଳ ଏତିକି ନୁହେଁ, ଯଦି ଆପଣଙ୍କ ପଇସା ସାହାରା ବ୍ୟତୀତ କୌଣସି ଅନ୍ୟ ନନ୍‌ ବ୍ୟାଙ୍କିଂ କମ୍ପାନୀ ଓ କର୍ପୋରେଟିଭ୍‌ ସୋସାଇଟିରେ ଫସିଛି, ତେବେ ବି ଆପଣ ଏହି ନମ୍ବରରେ ଅଭିଯୋଗ କରିପାରିବେ।ଝାଡ଼ଖଣ୍ଡ ସରକାରଙ୍କ ଅର୍ଥ ବିଭାଗ ନନ୍‌ ବ୍ୟାଙ୍କିଂ କମ୍ପାନୀ ଓ କର୍ପୋରେଟିଭ୍‌ ସୋସାଇଟି ବିରୋଧରେ ଆକ୍ସନ୍‌ ଆସିଛି। ଏହା ବିରୋଧରେ ଅଭିଯୋଗ କରିବା ପାଇଁ ସରକାର ଏକ ପୋଲିସ ହେଲ୍ପଲାଇନ୍‌ ନମ୍ବର ୧୧୨ ଜାରି କରିଛନ୍ତି। ଏହି ନମ୍ବରରେ ଲୋକମାନେ ସାହାରା ଇଣ୍ଡିଆ ବିରୋଧରେ ମଧ୍ୟ ଅଭିଯୋଗ କରିପାରିବେ। ଏହା ପରେ ଅର୍ଥ ବିଭାଗ ସିଆଇଡି (ଆର୍ଥିକ ଅପରାଧ ଶାଖା, ଝାଡ଼ଖଣ୍ଡ) ସହ ମିଶି ଏହି ଅଭିଯୋଗର ତଦନ୍ତ କରିବ।

ସୂଚନାଯୋଗ୍ୟ ଯେ ସାହାରା ଇଣ୍ଡିଆରେ ଲୋକଙ୍କର କୋଟି କୋଟି ଟଙ୍କା ଫସି ରହିଛି। ଝାଡ଼ଖଣ୍ଡର ବିଧାନସଭାର ବଜେଟ୍‌ ଅଧିବେଶନରେ ବିଧାୟକ ନବୀନ ଜୟସଓ୍ଵାଲ ନନ୍‌ ବ୍ୟାଙ୍କିଂ କମ୍ପାନୀରେ ଝାଡ଼ଖଣ୍ଡ ଲୋକଙ୍କର ପାଖାପାଖି ୨୫୦୦ କୋଟି ଟଙ୍କା ଫସିଥିବା ନେଇ କହିଥିଲେ। ଏଥିପାଇଁ ପାଖାପାଖି ୩ ଲକ୍ଷ ଲୋକ ନିଜ ଟଙ୍କା ପାଇଁ ଚିନ୍ତାରେ ଅଛନ୍ତି। ଏଣୁ ସରକାରଙ୍କୁ ହେଲ୍ପଲାଇନ୍‌ ନମ୍ବର ଜାରି କରିବା ଦରକାର, ଫଳରେ କାହାର କେତେ ଟଙ୍କା ଫସିଛି ଜଣାପଡ଼ିବ ବୋଲି ବିଧାୟକ କହିଥିଲେ।

Spread the love