ଜୀବନ୍ତ ସମୁଦ୍ର କଙ୍କଡା ପିଠିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚିତ୍ର

ଜୀବନ୍ତ ସମୁଦ୍ର କଙ୍କଡା ପିଠିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। କଣ ବିଶ୍ବାସ ହେଉନି । କଥାରେ ଅଛି ପା ଯାହା ନଦେଖିବ ବେନି ନୟନେ ପରତେ ନଯିବ ଗୁରୁ ବଚନେ। ଏଠି ଗପ ଲେଖି କିମ୍ବା କାହା କଥା ଶୁଣି ଆପଣଙ୍କୁ ବୋକା ବନଉନୁ । ନିଜ ଆଖିରେ ଦେଖିଲେ ନିହାତୀ ଆପଣ ବିଶ୍ବାସ କରିବେ। ଜୀବନ୍ତ କୁନି କଙ୍କଡା ପିଠିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚିତ୍ର। ଆଉ ଏକ କଙ୍କଡାରେ ଶ୍ରୀ ଜଗନ୍ନାଥଙ୍କ, ସହ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଛବି ବି ଶୋଭାପାଉଛି। ଯଦି ଭାବୁଛନ୍ତି  ଏହା କେମିତି ସମ୍ଭବ ହେଲା ଜାଣନ୍ତୁ? ଏ ଛବି ସବୁକୁ ଚିତ୍ରଣ କରାଯାଇଛି। ଯାହାକୁ ଆଙ୍କି ଏବେ ଚର୍ଚ୍ଚାରେ କଟକର ଯୁବ ଚିତ୍ର ଶିଳ୍ପୀ ସୋମନାଥ ସାହୁ। ବିଭିନ୍ନ ଅଦରକାରୀ ବସ୍ତୁକୁ ଜୀବନ୍ତ ରୂପ ଦେଇ ସମସ୍ତଙ୍କ ମନକୁ ଜିତିବାରେ ସଫଳ ହୋଇପାରିଛନ୍ତି କଟକ ଖାନନଗର ଅଞ୍ଚଳର ଯୁବ ଚିତ୍ରଶିଳ୍ପୀ ସୋମନାଥ ସାହୁ।

ସବୁଠାରୁ ବଡ଼ କଥା ହେଲା କି ସେ ଖାଲି ଅଦରକାରୀ ବସ୍ତୁକୁ ନୁହେଁ ବରଂ ଏହି ଜୀବନ୍ତ ସମୁଦ୍ର କଙ୍କଡା ପିଠିରେ ମଧ୍ୟ ମହାପ୍ରଭୁଙ୍କ ଚିତ୍ର ଆଙ୍କି ଏବେ ବେଶ୍ ପ୍ରଶଂସା ସାଉଁଟୁଛନ୍ତି। ଖାଲି ଜଗନ୍ନାଥ କାହିଁକି,ମା କାଳୀଙ୍କୁ ଚିତ୍ର ମଧ୍ୟ ଆଙ୍କି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ସୋମନାଥ। ଏହା ଏକ କଷ୍ଟସାଧ୍ୟ ଚିତ୍ର ଶିଳ୍ପ ହୋଇଥିଲେ ସୁଦ୍ଧା ସୋମନାଥ ନିଜର ନିଷ୍ଠା ଓ ପରିଶ୍ରମ ଫଳରେ ଏହାକୁ କରିପାରିଛନ୍ତି।

ପୂର୍ବରୁ ସେ ଗୁଜୁରାତି ଲବଙ୍ଗ ଆଦିରେ ଅତି ସୂକ୍ଷ୍ମ ଭାବରେ ଚିତ୍ର ଆଙ୍କି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ରେ ମଧ୍ୟ ନିଜକୁ ସ୍ଥାନିତ କରିଛନ୍ତି। ଶାମୁକାରେ ମହାଦେବ, ବେଲରେ ହନୁମାନଙ୍କ, ଛୋଟ ଛୋଟ ଘଣ୍ଟା ବ୍ଯାଟେରୀ ରେ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ଙ୍କ ସୁନ୍ଦର ଚିତ୍ର ଆଙ୍କି ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି ସୋମନାଥ। ତାଙ୍କର ଏହି କଳା ଇଣ୍ଟରନେଣ୍ଟ ଖବୁ ଭାଇରାଲ୍ ହୁଏ ଏବଂ ଲୋକେ ମଧ୍ଯ ତାଙ୍କ କଳାକୁ ଖୁବ୍ ତାରିଫ୍ କରନ୍ତି।

Spread the love