ସାଇବର ଠକକୁ ସତର୍କ କରାଇବା ପାଇଁ ଚର୍ଚ୍ଚାରେ ଓଡ଼ିଶା ପୋଲିସ୍‌ର ଟୁଇଟ୍

ଭୁବନେଶ୍ୱର, ୧୦/୦୨: ସାଇଵର ଠକଙ୍କୁ ସତର୍କ କରାଇବା ପାଇଁ ଓଡିଶା ପୋଲିସର ଟୁଇଟ୍ ଏଵେ ଚର୍ଚ୍ଚାରେ । ଟୁଇଟରେ ସୃଜନଶୀଳତାର ସୁନ୍ଦର ଝଲକ ଦେଖିଵାକୁ ମିଳିଛି । ନିଉଟନଙ୍କ ଗତି ଵା ମୋସନ ନିୟମର ଉଦାହରଣ ଦେଇ ଏଥିରେ ଲେଖା ଯାଇଛି, ଏଭ୍ରି ଆକସନ ହାଜ୍ ଆନ ଇକ୍ବାଲ ଏଣ୍ଡ ଅପୋଜିଟ୍ ରିଆକସନ ଵା ସଵୁ କ୍ରିୟାର ସମାନ ଓ ଵିପରୀତ ପ୍ରତିକ୍ରିୟା ରହିଛି.

ଏହା ସହ ସାଇଵର ଠକଙ୍କୁ ସତର୍କ କରିବା ପାଇଁ ଲେଖାଯାଇଛି, ‘ଇଫ୍ ୟୁ ଵ୍ରେକ ଲ, ଉଇ ଓଣ୍ଟ ଷ୍ଟେ କୁଲ” ଅର୍ଥାତ ଯଦି ତୁମେ ନିୟମ ଭାଙ୍ଗିଵ, ତେଵେ ଆମେ ଶାନ୍ତ ରହିଵୁ ନାହିଁ। ଏହି ଟୁଇଟ୍ର ଲେଖା ଓ ଚିତ୍ର ଏଵେ ଵେଶ୍ ଚର୍ଚ୍ଚାରେ ଥିବା ଦେଖିବାକୁ ମିଳିଛି ।

Spread the love