‘ଶୈଳବାଳା’ ଟ୍ରଷ୍ଟ ପକ୍ଷରୁ ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ

କେନ୍ଦୁଝର, ୨୪/୦୮: ନୂଆଖାଇ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଇଞ୍ଚଳ ଗ୍ରାମରେ ରବିବାର ‘ଶୈଳବାଳା’ ନାମକ ଏକ ଟ୍ରଷ୍ଟର ଶୁଭ ଉଦଘାଟନ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୃକ୍ଷ ରୋପଣ ଓ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଦେବା ।

ଉଦଘାଟନୀ ଅବସରରେ ସ୍ଥାନୀୟ ଗଡ଼ଚଣ୍ଡୀ ମନ୍ଦିରସ୍ଥିତ କୋଭିଡ-୧୯ର ନିୟମ ପାଳନ କରି ଟ୍ରଷ୍ଟର ସଦସ୍ୟମାନେ କିଛି ପଶୁ ପକ୍ଷୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଟ୍ରଷ୍ଟର ସଭାପତି ଶୈଳବାଳା ନାୟକ, ଉପସଭାପତି ରାଜୀବ କୁମାର ନାୟକଙ୍କ ସହଯୋଗରେ ସମ୍ପାଦକ ଅଜୟ ନାୟକ, ଶିବଶଙ୍କର ବିଶ୍ୱାଳ, ଶଶାଙ୍କ ଶେଖର ସେନାପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love