ଏକ ଜୁଟ ହେବା,ସରକାର ସହ ଲଢେ଼ଇ କରିବା

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡା ପଞ୍ଚାୟତରେ ପଶ୍ଚିମ ଓଡିଶା ମହିଳା ସଙ୍ଗଠନ ବଲାଙ୍ଗୀର ଜିଲ୍ଲା ସଭାନେତ୍ରୀ ସବିତା ନନ୍ଦ ଙ୍କ ସଭାପତିତ୍ବରେ ଉକ୍ତ ପଞ୍ଚାୟତ ର ଦ୍ରୋପଦି ବାଗ,ଉର୍ମିଳା ମହାନନ୍ଦ, ସରିତା ମହାନନ୍ଦ, ସନ୍ତସିନୀ ଦୀପ, କୁନ୍ତୀ ମହାନନ୍ଦ, ଲଳିତା ରାଣୀ କୁମ୍ଭାର, ସୁକାନ୍ତି ମହାନନ୍ଦ, ସୁନିତା ବାଗ,ଦୀପା ନାଗ,ଚାନ୍ଦିନୀ ମହାନନ୍ଦ ସମେତ ଶତାଧିକ ମହିଳା ଙ୍କ ଉପସ୍ଥିତରେ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଗାଁର ଅନେକ ବୃଦ୍ଧ, ବୃଦ୍ଧା,ଭିନ୍ନକ୍ଷମ ବ୍ୟକ୍ତି ମାନେ ଭତ୍ତା ପାଇବାରୁ ବଞ୍ଚିତ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡିବା ସହ ଅନେକ ଲୋକ ଭଙ୍ଗାରୁଜା ଘରରେ ଜୀବନ କାଟୁଛନ୍ତି ଭଳି ଅନେକ ସମସ୍ୟା ଦେଖା ଦେଇଛି ଏବଂ ସରକାରୀ ଅଧିକାରୀ ଓ ପଞ୍ଚାୟତ ପ୍ରଶାସନ ର ଅବହେଳା ଯୋଗୁଁ ଏଭଳି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି।ତେଣୁ କରି ଏଭଳି ସମସ୍ୟା କି ଭଳି ଭାବେ ଦୂର ହୋଇ ପାରିବ ତାହାକୁ ନେଇ ପଶ୍ଚିମ ଓଡିଶା ମହିଳା ସଂଗଠନ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ନନ୍ଦ ଆଜି ଏକ ମହିଳା ମାନଙ୍କୁ ନେଇ ସଂଗଠନ ଗଠନ କରିଛନ୍ତି।ଏବଂ ସବୁବେଳେ ସରକାର ମହିଳା ମାନଙ୍କ ଉପରେ ଗୁରୁତର ଦେଉଥିବା ବେଳେ କାହିଁକି ନିରୀହ ମହିଳା ମାନେ ସରକାରୀ ଯୋଜନା ରୁ ବାଦ ପଡୁଛନ୍ତି ତେଣୁ କରି ମହିଳା ଅଧିକାର ର ଲଢେଇ ପାଇଁ ଆହ୍ଵାନ ବୋଲି ଶ୍ରୀମତୀ ନନ୍ଦ ମତବ୍ୟକ୍ତ ଦେଇଥିଲେ।ଅନ୍ୟପଟେ ଟିଟିଲାଗଡ଼ ଜିଲ୍ଲା ଏବଂ ସଇଁନ୍ତଲାକୁ ସବଡିଭିଜନ ମାନ୍ୟତା ରାଜ୍ୟ ସରକାର ଘୋଷଣା କରିବା ପାଇଁ ଜୋରଦାର ଆନ୍ଦୋଳନ କରାଯାଉ ଥିବା ବେଳେ ଏହି ସଙ୍ଗଠନ ମଧ୍ୟ ସମର୍ଥନ କରୁଥିବା ବେଳେ ଆଗାମୀ ଦିନରେ ନିଜର ମା ମାଟିର ହକ୍ ପାଇଁ ଲଢେଇ ଜୋରଦାର କରାଯିବ ବୋଲି ମଧ୍ୟ ଶ୍ରୀମତୀ ନନ୍ଦ ସୂଚନା ଦେଇଛନ୍ତି ।


ସୂଚନାଯୋଗ୍ୟ ଯେ,୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ୧୩ ଜିଲ୍ଲାକୁ ଭାଗ କରି ୩୦ ଜିଲ୍ଲା ଗଠନ କଲା ବେଳେ ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା ନ କରିବାରୁ ଏଠାରେ ତୀବ୍ରପ୍ରତିକ୍ରିୟା ପାଇଥିଲା।ତେବେ ଆଗାମୀ ଦିନରେ ୩୧ ନମ୍ବର ଜିଲ୍ଲା ମାନ୍ୟତା ପାଇବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।କିନ୍ତୁ ଆଜି ପର୍ଯ୍ୟନ୍ତ ଟିଟିଲାଗଡ଼ ଜିଲ୍ଲା ଘୋଷଣା ହେଲା ନାହିଁ। ପରବର୍ତ୍ତୀ ସମୟରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଦୀର୍ଘ ୨୨ ବର୍ଷ ହେଲା ଅଛନ୍ତି।ରାଜ୍ୟ ଶାସକ ଦଳରୁ ବିଧାୟିକା ଟୁକୁନି ସାହୁ ଏବେ ବାଣିଜ୍ୟ, ପରିବହନ ଏବଂ ଜଳ ସମ୍ପଦ ମନ୍ତ୍ରୀ ରହିଛନ୍ତି।ହେଲେ ଟିଟିଲାଗଡ଼ ଜିଲ୍ଲା ଦାବି ପାଇଁ ପଦିଏ କଥା ମଧ୍ୟ କହିନ ଥିବା ବେଳେ ମନ୍ତ୍ରୀ ଏଭଳି ନିରବଦ୍ରଷ୍ଟାକୁ ନେଇ ବିଭିନ୍ନ ସ୍ଥାନରେ ଆଲୋଚନା ଜୋର ଧରିଛି।

Spread the love