ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକ ମଧ୍ୟରେ କଥା କଟା କଟି ଘଟଣା, ପ୍ରତିବାଦରେ ପ୍ରଶାସନିକ ଅଧିକାରିଙ୍କ କଳା ବ୍ୟାଚ ପରିଧାନ

ସଇଁନ୍ତଲା:ଗତ କିଛି ଦିନ ତଳେ କଣ୍ଟାବାଞ୍ଜି ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗୀର ଜିଲ୍ଲାପାଲ ଚାଞ୍ଚଳ ରାଣା ଙ୍କ ମଧ୍ୟରେ ବିଜୁ କେବିକେ ରେ କଣ୍ଟାବାଞ୍ଜି ଅଞ୍ଚଲ ର ବିଭିନ୍ନ ବ୍ଲକ କୁ ପାଣ୍ଠି କମ ଦେଉଥିବା ଅଭିଯୋଗ ନେଇ କଥା କଟା କଟି ହୋଇଥିଲା। ଏହାର ପ୍ରତିବାଦ ରେ ଆଜି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସରକାରି ଅଧିକାରୀ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିଥିବା ବେଳେ ସଇଁନ୍ତଲା ବିଡିଓ ଚନ୍ଦ୍ରମଣି ନାଗ ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ମଧ୍ୟ କଲା ବ୍ୟାଚ ଧାରଣ କରି ପ୍ରତିବାଦ କରିଥିଲେ। ପ୍ରତିବାଦରେ ବିଏଲସି ସୁଧାଂଶୁ ଶେଖର ବଚ୍ଛା, ଦେବଦତ୍ତ ଗଡ଼ତିଆ, ସୁଦର୍ଶନ ନନ୍ଦ, ଗୋବିନ୍ଦ ମାଝୀ, ଶୋନ୍ତୋସ କୁମାର ବେହେରା, କିଶୋର କୁମାର ସାହୁ, ସୁବ୍ରାଂଶୁ ଶେଖର ବେହେରା, ମୋନୋରଞ୍ଜନ ବେହେରା, ଲକ୍ଷ୍ମଣ ଜାନୀ, ପ୍ରସାନ୍ତ ବାରିକ ଓ ପରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love