ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ବିଡିଓଙ୍କୁ ଭେଟିଲା ସରପଞ୍ଚ ସଂଘ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ତାଲିକା ରେ ୧୮୪୨ ଜଣ ହିତାଧିକାରୀ ଙ୍କ ନାମ ଥିବା ବେଳେ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଅନେକ ଗରିବ ଓ ଯୋଗ୍ୟ ହିତାଧୀକାରୀ ଏଥିରେ ବାଦ ପଡ଼ିଥିବା ନେଇ ଆଜି ସଇଁନ୍ତଲା ସରପଞ୍ଚ ସଂଘ ପକ୍ଷରୁ ବିଡିଓ ଚନ୍ଦ୍ରମଣି ନାଗ ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି।ପ୍ରଶାସନ ତରଫରୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଆବାସ ଯୋଜନା ରେ ସାମିଲ କରିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି l ଯଦି ଆଗାମୀ ଦିନରେ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାନଯାଏ ତେବେ ଆଗାମୀ ଦିନରେ ବ୍ଲକ ସରପଞ୍ଚ ସଂଘ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।ସରପଞ୍ଚ ମନିଷ ସୁନା, କରିସ୍ମା ନନ୍ଦ, ତିଳୋତ୍ତମା ବାଗ, ଯୁଗଲାଲ ମାଝୀ, ଶୈଲେନ୍ଦ୍ରି ମହାନନ୍ଦ, ଅଶୋକ ସାହୁ, ରାଜେନ୍ଦ୍ର ଜାନୀ, ଗଜପତି ସାହୁ, ମାଳତୀ ରଣା, ପୁଷ୍ପାଞ୍ଜଳି ମାଝୀ, ହେମକାନ୍ତି ସାହୁ ଓ ଅହଲ୍ୟା ସାହୁ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ।

Spread the love