ଭିନ୍ନକ୍ଷମ ଭକ୍ତଙ୍କୁ ସାମିଲ କରିବା ପାଇଁ ବ୍ଲକ ପ୍ରଶାସନ ଠାରେ ଗୁହାରି, ବାଦ ପରିବାରଙ୍କୁ ସାମିଲ କରିବା ପାଇଁ ସରପଞ୍ଚ ସଂଘର ଦାବି

ସଇଁନ୍ତଲା,କେନ୍ଦ୍ର ସରକାର ଙ୍କ ଯୋଜନାକୁ ରାଜ୍ୟ ସରକାର ସଫଳ କରିବାରେ ବାଧକ ସାଜିଛନ୍ତି l ହଜାର ହଜାର ଗରିବ ଲୋକ ଆବାସ ଯୋଜନାରୁ ବାଦ ପଡି ଥିବା ବେଳେ ଚିନ୍ତାରେ ଭାଙ୍ଗି ପଡିଛନ୍ତି ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ଗାଁର ଭକ୍ତ ବନ୍ଧୁ ରଣା ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଆବାସ ଯୋଜନା ରୁ ବାଦ ପଡିଥିବା ନେଇ ବ୍ଲକ ପ୍ରଶାସନ ଠାରେ ଲିଖିତ ଅଭିଯୋଗ କରିବା ସହ ତାଙ୍କୁ ଆବାସ ଯୋଜନା ରେ ସାମିଲ କରି ଘର ପ୍ରଦାନ କରନ୍ତୁ ସରକାର ବୋଲି ବ୍ଲକ ପ୍ରଶାସନ ଠାରେ ଗୁହାରି କରିଥିଲେ l ପ୍ରାୟ 10 କିଲୋମିଟର ହେବ ତାଙ୍କ ଗାଁରୁ ବ୍ଲକ କାର୍ଯ୍ୟଳୟ l ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ତାଙ୍କ ଗୁହାରି ଶୁଣିବା ପାଇଁ ଅଛି କିଏ l ଅନ୍ୟ ଲୋକ ଙ୍କ ସାହାଯ୍ୟରେ ବ୍ଲକ କାର୍ଯ୍ୟଳୟ କୁ ଆସିବାକୁ ପଡୁଛି ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ପ୍ରଶାସନ ଠାରେ ଅଭିଯୋଗ କରିଥିବା ଭକ୍ତ ବନ୍ଧୁ କହିଛନ୍ତି lଅନେକ ଥର ସର୍ଭେ ହେବା ପରେ ବର୍ତମାନ ପ୍ରକାଶ ପାଇଥିବା ସମ୍ଭାବ୍ୟ ତାଲିକାରେ ତାଙ୍କ ନାମ ନାହିଁ ଏବଂ ତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି ? ଏହି ଭିନ୍ନକ୍ଷମ ବ୍ୟକ୍ତି ଙ୍କ ଦୋଷ କଣ ? ହଜାର ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ସାମ୍ଭାବ୍ୟ ତାଲିକାରୁ ବାଦ୍ ଦିଆଯାଇଛିl
୨୦୧୮-୧୯ ପ୍ରୋଭିଜନାଲ୍ ୱେଟିଂ ଲିଷ୍ଟ୍ (ପିଡବ୍ଲ୍ୟୁଏଲ୍‌) ଯୋଗ୍ୟ ତାଲିକାକୁ ଆଧାର କରି ବର୍ତମାନର ନୂତନ ତାଲିକା ପ୍ରସ୍ତୁତିର ଦାୟୀତ୍ୱ ରାଜ୍ୟ ସରକାର ନିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି lଆର୍ଥକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ଉତ୍‌ଥାନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅନେକ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ କରିଛନ୍ତି । ଲୋକେ କିପରି ସ୍ୱଚ୍ଛଳ ହେବେ ସେନେଇ ପ୍ରଧାନମନ୍ତ୍ରୀ ସର୍ବଦା ଚିନ୍ତା କରିବା ସହ ବିଭିନ୍ନ ଗରୀବକଲ୍ୟାଣ ଯୋଜନାକୁ କାର୍ଯ୍ୟାନ୍ୱୟନ କରୁଛନ୍ତିି । କିନ୍ତୁ କେନ୍ଦ୍ର ସରକାର ଙ୍କ ଯୋଜନାକୁ ରାଜ୍ୟ ଓଡ଼ିଶାରେ ସଫଳ କରିବାରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ରାଜ୍ୟରେ ଥିବା ବାସହୀନଙ୍କ ପାଇଁ ଘରଟିଏ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କୁ ବାରମ୍ବାର ଚେତାବନୀ ଦେବା ସହ ଆନ୍ଦୋଳନ କରୁଛି ।

ଓଡ଼ିଶାର ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇପାରିବେ ସେନେଇ ବିଜେପି ବଦ୍ଧପରିକର । କିନ୍ତୁ ରାଜ୍ୟ ସରକାର ବାସଗୃହ ଆବଂଟରେ ଚଂଚକତାପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛନ୍ତି ।ଫଳରେ ନିରହ ଲୋକ ବାଦ ପଡୁଥିବା ବେଳେ ବଡ଼ ବଡ଼ିଆ ଲୋକେ ଆବାସ ଘର ପାଇବାରେ ସଫଳତା ହାସଲ ହେଉଛନ୍ତି l ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଥିବାବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ୨୨ଟି ପଞ୍ଚାୟତରେ ସର୍ବମୋଟ ୧,୮୪୨ଟି ହିତାଧିକାରୀଙ୍କ ତାଲିକା ଜାରି କରାଯାଇଛି । ତାଲିକାରେ ଥିବା ହିତାଧିକାରୀଙ୍କ ମଧ୍ୟରୁ ଯଦି କେହି ଅଯୋଗ୍ୟ ବ୍ୟକ୍ତି ସାମିଲ ଥାନ୍ତି ତା’ହେଲେ ପଞ୍ଚାୟତ କିମ୍ୱା ବିଡିଓ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବାକ୍ସରେ ଅଭିଯୋଗ କରିବାକୁ ବିଡିଓ ଚନ୍ଦ୍ରମଣି ନାଗ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଉକ୍ତ ଅଭିଯୋଗକାରୀଙ୍କ ନାମ ଗୋପନ ରଖାଯିବ ।

ଏଥିସହିତ ଯଦି କେହି ବ୍ୟକ୍ତି ଅଭିଯୋଗ ବାକ୍ସରେ ଅଭିଯୋଗ କରିବାକୁ ଇଚ୍ଛା ନକରନ୍ତି ତା’ହେଲେ ଟୋଲ ଫ୍ରି ନମ୍ବର ୧୫୫୩୩୫ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ । ଅନ୍ୟପଟେ ଯଦି କେହି ଆସାଧୁ ବ୍ୟକ୍ତି କିମ୍ୱା କୌଣସି ସରକାରୀ ଅଧିକାରୀ ଆବାସ ଯୋଜନାକୁ ନେଇ ଲାଞ୍ଚ ମାଗୁଛନ୍ତି ତେବେ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଶ୍ରୀ ନାଗ ପ୍ରକାଶ କରିଛନ୍ତିl ହେଲେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ରେ ୧୮୪୨ ଜଣ ହିତାଧିକାରୀ ଙ୍କ ନାମ ଥିବା ବେଳେ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଅନେକ ଗରିବ ଓ ଯୋଗ୍ୟ ହିତାଧୀକାରୀ ଏଥିରେ ବାଦ ପଡ଼ିଥିବା ନେଇ ସଇଁନ୍ତଲା ସରପଞ୍ଚ ସଂଘ ପକ୍ଷରୁ ବିଡିଓ ଚନ୍ଦ୍ରମଣି ନାଗ ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି।ପ୍ରଶାସନ ତରଫରୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଆବାସ ଯୋଜନା ରେ ସାମିଲ କରିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି l ଯଦି ଆଗାମୀ ଦିନରେ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାନଯାଏ ତେବେ ଆଗାମୀ ଦିନରେ ବ୍ଲକ ସରପଞ୍ଚ ସଂଘ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।ସରପଞ୍ଚ ମନିଷ ସୁନା, କରିସ୍ମା ନନ୍ଦ, ତିଳୋତ୍ତମା ବାଗ, ଯୁଗଲାଲ ମାଝୀ, ଶୈଲେନ୍ଦ୍ରି ମହାନନ୍ଦ, ଅଶୋକ ସାହୁ, ରାଜେନ୍ଦ୍ର ଜାନୀ, ଗଜପତି ସାହୁ, ମାଳତୀ ରଣା, ପୁଷ୍ପାଞ୍ଜଳି ମାଝୀ, ହେମକାନ୍ତି ସାହୁ ଓ ଅହଲ୍ୟା ସାହୁ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ।

Spread the love