ବିଭିନ୍ନ ସ୍ଥାନରେ ସମ୍ବିଧାନ ଦିବସ ଅନୁଷ୍ଠିତ

ସଇନ୍ତଲା:ବଲାଙ୍ଗିର ଜିଲ୍ଲା ସଇନ୍ତଳା ସ୍ଥିତ ଉତ୍କଳ କନ୍ଧ ସମାଜ କାର୍ଯ୍ୟାଳୟ ଠାରେ ଦଳିତ ଏକତା ସଂଘ ପକ୍ଷରୁ ୭୩ ତମ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଥିଲା| ଆଦିବାସୀ ସଂଘ ର ବ୍ଲକ କାର୍ଯ୍ୟକାରୀ ସଭାପତି ରୋହିତ ଜାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆଇନଜୀବୀ ପ୍ରୀତିସାଗର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଦିବାସୀ ଓ ଦଳିତ ସଂଘ ସଭାପତି ପ୍ରେମ ଭୋଇ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କମିଟି ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସାହୁ , କନ୍ଧ ସମାଜ ସମ୍ପାଦକ ବୈକୁଣ୍ଠ ଭୋଇ, ବ୍ଲକ ସଂଗଠକ ବିନୋଦ ନାଗ , ମଞ୍ଚାସିନ ଥିବାବେଳେ ବେଳେ ଯୁବ ସାମ୍ବାଦିକ ରଞ୍ଜନ ବାଗ, ଦେବେନ୍ଦ୍ର ଭୋଇ, ରମାକାନ୍ତ ମାଝୀ,, ରୋହିତ ହରପାଳ, ସୂଚନ୍ଦ୍ର ହରପାଳ,ମୋହନ ନନ୍ଦ,ସୁରୁ ସୁନା ସୁରେନ୍ଦ୍ର ଭୋଇ, ଲିଙ୍ଗ ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସେହିପରି କଦଳୀମୁଣ୍ଡା ସ୍କୁଲରେ ମଧ୍ୟ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ତପ ଜାଲ, ସସ୍ମିତା ଦାଶ, କାଦମ୍ବିନୀ ବାଘ ପ୍ରମୁଖ ଉପସ୍ଥିତ ଥିଲେ।

Spread the love