ବେଳଗାଁରେ ୨୦୨୧-୨୨ର ବ୍ଲକ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ,୫୦ ଭାଗ ଉନ୍ନୟନ କାର୍ଯ୍ୟର କାଗଜପତ୍ର ଦେଖାଇବାରେ ବିଫଳ,ଏପିଡ଼ି ଯୁଦ୍ଧ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ସଇଁନ୍ତଲା: ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବେଲଗାଁ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମହାତ୍ମା ଗାନ୍ଧୀ ଜାତିୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତିୟ ସାମାଜିକ ସହାୟତା ଓ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ସମ୍ପର୍କୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରି ଚନ୍ଦ୍ରମଣି ନାଗଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ ଡ଼ା ଗୁଣନିଧି ନାୟକ, ବ୍ଲକ ଉପାଧକ୍ଷ ଗୁଣସାଗର ମାଝୀ,ଜିଲ୍ଲା ପରିଷଦ ସଦସ୍ୟ ନେହେରୁ ବୁଡେକ, ରିତାରାଣି ହାତୀ,ପ୍ରମୋଦ ଭୋଇ ମଞ୍ଚାସିନ ଥିଲେ।ଜାତିୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ,ଜାତୀୟ
ସାମାଜିକ ସହାୟତା ଓ ପଞ୍ଚଦଶ ଅର୍ଥ କମିଶନ ଅନୁଦାନର ବ୍ୟାପକ ଅନିୟମିତତା ଓ କାଗଜପତ୍ର ଅଡିଟ ସମୟରେ ବିଭାଗ ଦେଖାଇ ପାରିନ ଥିବା ରୁ ବଲାଙ୍ଗିର ଏପିଡ଼ି ଡ଼ା. ଗୁଣ ନିଧି ନାୟକ ଅସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ସାତ ଦିନ ମଧ୍ୟରେ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପକ୍ଷରେ କାଗଜପତ୍ର ଦାଖଲ କରି ନ ପାରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡିଓ ଶ୍ରୀଯୁକ୍ତ ନାଗ ଙ୍କୁ କହିଛନ୍ତି।ଏହି କାର୍ଯ୍ୟକ୍ରମ କୁ ଏପିଓ ବନଜାବାସିନୀ ଦାସ ସଭା ପରିଚାଲନା କରିଥିଲେ।
ଜଣ ଶୁଣାଣି ଶିବିରରେ ଉପସ୍ଥିତ ଥିବା ସରପଞ୍ଚ, ସମିତି, ଜିଆରଏସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧ୍ୟରେ ମନରେଗା ଉପରେ ଆଲୋଚନା ହୋଇଥିଲା।ଦାଦନ ପ୍ରବଣ ଏହି ଅଞ୍ଚଳରେ ଦାଦନ ସମସ୍ୟା ଦୂର କରିବା ପାଇଁ ମନରେଗା ଯୋଜନା ମାଧ୍ୟମରେ ଶ୍ରମଜୀବୀ ମାନେ କିଭଳି ଭାବେ ୧୦୦ ରୁ ଅଧିକ ଦିନ ଶ୍ରମ ଦିବସ ପାଇପାରିବେ ତାହା ନେଇ ଚର୍ଚ୍ଚା ହୋଇଥିଲା।ବର୍ତ୍ତମାନ ସୁଦ୍ଧା ୧୯୦୦୦ ଜବ କାର୍ଡ ଥିବା ବେଳେ ୧୦ ଲକ୍ଷ ଶ୍ରମ ଦିବସ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ୪ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି।ସରପଞ୍ଚ କିମ୍ଵା ସମିତି ସଭ୍ୟ ଦ୍ଵାରା ବିଭିନ୍ନ ପଞ୍ଚାୟତରୁ ପ୍ରକଳ୍ପ ତିଆରି କରିବା ପାଇଁ ପ୍ରସ୍ତାବ ଦେଲେ ଏହି ଲକ୍ଷ୍ୟ ପୁରାକରାଯାଇ ପାରିବ ବୋଲି ଶ୍ରୀଯୁକ୍ତ ନାୟକ କହିଥିଲେ।ଜାତିୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ମୃତ ହିତାଧିକାରୀଙ୍କ ନାମ ବାଦ ଦେବା ଓ ଆଧାର କାର୍ଡ ସଂଯୋଗ ହୋଇନଥିବା ବ୍ୟକ୍ତି କିପରି ଯୋଜନାରୁ ବଞ୍ଚିତନ ହେବେ ସେ ନେଇ ମଧ୍ୟ ଉପସ୍ଥିତ ସଦସ୍ୟା ମାନେ ପ୍ରଶ୍ନ କରିଥିଲେ। ମନରେଗା ସମ୍ୱନ୍ଧିତ ୯ ଟି ପ୍ରକଳ୍ପରେ ସୂଚନା ଫଳକ ଲାଗି ନ ଥିବା ବେଳେ ୨୪ ଟି ପ୍ରକଳ୍ପର ଅଡିଟ କାଗଜପତ୍ର ଠିକ ଭାବେ ଉପସ୍ଥାପନ କରିନଥିବାରୁ ଓ ବେଲଗାଁର ଜଣେ ହିତାଧିକାରୀ ଏକା ସାଙ୍ଗକୁ ଦୁଇ ଦୁଇ ଥର ଭତ୍ତା ପାଉଥିବା ଜାଣିବା ପରେ ଅଧିକାରୀଙ୍କ ଉପରେ କ୍ଷୁବ୍ଧ ପ୍ରକାଶ କରିଥିଲେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ।କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ସନ୍ତୋଷ ବେହେରା ସମେତ ବ୍ଲକର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।


ଆଲୋଚନା ରେ ପଞ୍ଚାୟତ ସ୍ତରରେ ହୋଇଥିବା ସାମାଜିକ ସମୀକ୍ଷା ବେଳେ ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗ ତଥା ପଞ୍ଚାୟତ କର୍ମକର୍ତ୍ତା କାଗଜପତ୍ର ଦେଖାଇବାରେ ବିଫଳ ହୋଇଥିଲେ।ବେଳଗାଁ ପଞ୍ଚାୟତର ନାଭି ନାଏକ ଦୁଇ ଗୋଟି ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ଅନେକ ମୃତ ବ୍ୟକ୍ତିଙ୍କ ମଧ୍ୟ ଭତ୍ତା ପାଉଥିବା ଜଣାପଡିଛି।ବ୍ଲକରେ ୧୯ ହଜାର ଜବ କାର୍ଡ ଧାରୀ କାମ ଅପେକ୍ଷାରେ ଥିବା ବେଳେ ୧୦ ଲକ୍ଷ କାର୍ଯ୍ୟ ଦିବସ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା।ବର୍ତ୍ତମାନ ସୁଦ୍ଧା ମାତ୍ର ୪ ଲକ୍ଷ କାର୍ଯ୍ୟ ଦିବସ ସମ୍ଭବ ହୋଇ ପାରୁଛି।ତେଣୁ ପ୍ରତ୍ୟେକ ପଞ୍ଚାୟତରେ ମନରେଗା ଯୋଜନାକୁ ଆହୁରି ପ୍ରଶସ୍ତ କରାଯାଇ ବାରିବ ବୋଲି ବିଡିଓ ଶ୍ରୀଯୁକ୍ତ ନାଗ କହିଛନ୍ତି।
ଶେଷରେ ଜିପିଓ ପଦ୍ମକାନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love