ସାବିତ୍ରୀ ବାଇ ବିରଙ୍ଗନା ଜାତୀୟ ସମ୍ମାନରେ ସମ୍ମାନିତ ହେଲେ ସବିତା

ସଇଁନ୍ତଲା:ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ ରେ ନାରୀମାନଙ୍କ ସେବା ରେ ଉଲେଖନୀୟ କାର୍ଯ୍ୟ ପାଇଁ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ର ବିଶେଷ ନାରୀ ନେତ୍ରୀ ସବିତା ନନ୍ଦ ଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ମାତା ସାବିତ୍ରୀ ବାଇ ବିରଙ୍ଗନା ଜାତୀୟ ପୁରସ୍କାର ରେ ସମ୍ମାନିତ କରାଯାଇଛି।ଶ୍ରୀମତୀ ନନ୍ଦ ବର୍ତ୍ତମାନ ପଶ୍ଚିମ ଓଡିଶା ମହିଳା ସଂଗଠନ ର ସଭାନେତ୍ରୀ ଭାବେ କାର୍ଯ୍ୟରତ। ସେ ନାରୀ ମାନଙ୍କର ହକ ଓ ଅଧିକାର ପାଇଁ ବଲାଙ୍ଗୀର ଜିଲ୍ଲାରେ ସାମାଜିକ କର୍ମୀ ଭାବେ କରନ୍ତି।ଏହି ଜାତୀୟ ପୁରସ୍କାର ସାମାଜିକ ସେବା ରେ ଉଲେଖନୀୟ କାର୍ଯ୍ୟ ପାଇଁ ବିଶେଷ ବ୍ୟକ୍ତି ବିଶେଷ ମାନଙ୍କୁ ସର୍ବ ଭାରତୀୟ ସ୍ତରରେ ପ୍ରଦାନ କରାଯାଏ। ପୁରସ୍କାର ପାଇବା ପରେ ଶ୍ରୀମତୀ ନନ୍ଦ ଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରିବା ରୁ ସେ ଖୁସି ବ୍ୟକ୍ତ କରି ଏହି ଜାତୀୟ ପୁରସ୍କାର ମୋତେ ଆଗକୁ ଆହୁରି ନାରୀ ସମାଜ ପାଇଁ ସଛୋଟ, ନିଷ୍ଠାପର ଓ ତ୍ୟାଗ ମନୋଭାବ ନେଇ କି କାମ କରିବାର ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଛନ୍ତି।ଏହି ଖବର ଜାଣିବା ମାତ୍ରେ ତାଙ୍କର ଶୁଭେଛୁ ଓ ସାଙ୍ଗ ସାଥିମାନଙ୍କ ତରଫରୁ ଅଭିନନ୍ଦନ ବାର୍ତ୍ତା ର ସୁଅ ଛୁଟୁଛି।

Spread the love