ନିଜ ଗୋଡ଼ରେ ଠିଆ ହେଲେ ଉଜ୍ୱଳ ହେବ ଜୀବନ: ମନ୍ତ୍ରୀ ଟୁକୁନୀ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ (ଏସଏସଡି )ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତା ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ,

ସଇଁନ୍ତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ, ତହସିଲଦାର ମନସିଫିଲ କେରକେଟା,ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ, ଉପଖଣ୍ଡ ସ୍ତରୀୟ ମଙ୍ଗଳ ଅଧିକାରୀ ଗୁରୁଚରଣ ଦାସ ମଞ୍ଚରେ ସମ୍ମାନିତ ଭାବେ ମଞ୍ଚାସିନ ଥିଲେ l ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଗଣେଶ ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିବା ପରେ ସ୍କୁଲର ସଙ୍ଗୀତ ଶିକ୍ଷୟତ୍ରୀ କଳ୍ପନା ପାଣିଗ୍ରାହୀ ଓ ଛାତ୍ରୀ ମାନଙ୍କ ଦ୍ୱାରା ମା ସରସ୍ବତୀ ଙ୍କ ଗୀତ ପରିବେଷଣ କରାଯାଇଥିଲା |ଶିକ୍ଷୟତ୍ରୀ ବିଦ୍ୟୁତଳତା ଦେଇ ମଞ୍ଚ ପରିଚାଳନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଅତିଥି ମାନଙ୍କୁ ଫୁଲତୋଳା ଦେଇ ସ୍ୱାଗତ ଜଣାଇଥିଲେ |ପରେ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା ବାର୍ଷିକ ବିବରଣୀ ପଠନ କରିଥିଲେ |ଏହି ସ୍କୁଲକୁ ମୁଁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଥିବା ବେଳେ ସ୍କୁଲ ଉନ୍ନତି ଦିଗରେ ସବୁବେଳେ ସହଯୋଗ କରିବା ସାଙ୍ଗକୁ କିଭଳି ଭାବେ ଛାତ୍ରୀ ମାନେ ପାଠ ପଢି ଆଗକୁ ଯିବେ ଓ ସ୍କୁଲ
ସବୁ ବେଳେ ଶିକ୍ଷା ଉପରେ ରାଜ୍ୟ ସରକାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଗୁରୁତ୍ବ ଦେଉଥିବା ବେଳେ ମହିଳା ମାନଙ୍କ ପାଇଁ ଅନେକ ଗୁଡିଏ ଯୋଜନା ମଧ୍ୟ କରିଛନ୍ତି ଏବଂ ନାରୀ ମାନେ କିଭଳି ଆଗକୁ ଯିବେ ସେନେଇ ସବୁବେଳେ ପ୍ରୟାସ ଜାରି ରଖିଛନ୍ତି ତେଣୁ ନିଜ ଗୋଡ଼ରେ ଠିଆ ହେଲେ ଉଜ୍ୱଳ ହେବ ଜୀବନ କରିବାର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ ଦେଇଥିଲେ lସାସ୍କୃତିକ କାର୍ଯ୍ୟକ୍ରମରେ ସ୍ୱାଗତିକା ସତପଥି ଓ କଳ୍ପନା ରାଉଳ ମଞ୍ଚ ପରିଚାଳନା କରିଥିବା ବେଳେ


ଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶ୍ରୀଲତା ମିଶ୍ର, ସଙ୍ଗୀତା ରଥ, ସନ୍ଧ୍ୟା ରାଣି ଗହୀର, ଜୟନ୍ତୀ ଭୋଇ, ପ୍ରତ୍ୟାସିନି ବାଗ, ସୁହାସିନି ମିଶ୍ର, ନମିତା ମେହେର, ଅର୍ଣ୍ଣପୂର୍ଣ୍ଣା ମାଝୀ, ବିଜୟ ଲଷ୍ମୀ ଦାସ, ଗଗନ ବେହେରା, ନିହାର ରଞ୍ଜନ ଷଡ଼ଙ୍ଗି ପ୍ରମୁଖ ସହଯୋଗ କରିଥିଲେ l

Spread the love