ସଇଁନ୍ତଲାରେ ଡ୍ୟାନ୍ସ ଧମାକା

ସଇଁନ୍ତଲା: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ଆଲୋକ ଛକ ଠାରେ ଆଜି ପୂର୍ବତନ ସରପଞ୍ଚ ଭୀମ ସେନ ସ୍ବାଇଁ ଙ୍କ ଅଧକ୍ଷତାରେ ୪ମ ବର୍ଷ ଥର ପାଇଁ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଥିବା ବେଳେ ସଇଁନ୍ତଲା ଜିଲ୍ଲା ପରିଷଦ ପ୍ରମୋଦ ଭୋଇ,ବ୍ୟଙ୍ଗ କବି ପ୍ରମୋଦ ବୈଠାରୁ,କମିଟି ସଭାପତି ଅଶୋକ ବଗର୍ତ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ l ଏହି ଅବସରରେ କମିଟି ପକ୍ଷରୁ ସାମ୍ବାଦିକ ତରୁଣ ବେହେରା, ବିଶାଳ ଅଗ୍ରୱାଲ, ନାରାୟଣ ସାହୁ ଏବଂ ଅଜିତ କୁମାର ସାହୁ ଙ୍କୁ ଉପଢ଼କଣ ଦେଇ ସମ୍ବର୍ଦ୍ଧନା କରିଥିଲେ l ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମକୁ ଡ଼ା. ବିଶ୍ୱଜିତ ମିଶ୍ର ଓ ଶିକ୍ଷକ କ୍ଷେତ୍ରପତି ଜାଲ ସଭା ପରିଚାଲନା କରିଥିଲେ l ଏହି ଅବସରରେ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଶେଷରେ ଅଚ୍ୟୁତ ସେଠ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love