ଆସନ୍ତା କାଲି ସଇଁନ୍ତଲା ବନ୍ଦ

ସଇଁନ୍ତଲା,ଟିଟିଲାଗଡ଼ ଜିଲ୍ଲା ଦାବୀକୁ ନେଇ ଦୀର୍ଘ ୩୦ ବର୍ଷ ହେଲା ଆନ୍ଦୋଳନ ଜୋର ଧରିଥିବା ବେଳେ ରାଜ୍ୟ ସରକାର ଜିଲ୍ଲା ଘୋଷଣା କରି ନ ଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ଆନ୍ଦୋଳନ ଜାରି ରହୁଥିବା ବେଳେ ରାଜ୍ୟ ସରକାର ଙ୍କ ବୈମାତୃକ ମନୋଭାବ ଯୋଗୁଁ ଟିଟିଲାଗଡ଼ ଜିଲ୍ଲା ମାନ୍ୟତା ପାଇଁ ନାହିଁ।ଯାହା ଫଳରେ ଆନ୍ଦୋଳନ ଦାନା ବାନ୍ଧୁଛି।ତେବେ ଆସନ୍ତା କାଲି ଟିଟିଲାଗଡ଼ ଜିଲ୍ଲା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ସଇଁନ୍ତଲା ମଧ୍ୟ ସମର୍ଥନ କରିବା ସାଙ୍ଗକୁ ସଇଁନ୍ତଲା କୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରିବା ପାଇଁ ବିକାଶ ପରିଷଦ ଓ ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

Spread the love