ଅଙ୍ଗନଓ୍ୱାଡି କର୍ମୀଙ୍କ ଦାବିପୂରଣ କଲେ ସରକାର

ଅଙ୍ଗନଓ୍ୱାଡି କର୍ମୀଙ୍କ ପାଇଁ ରାଜ୍ୟ ସରକାର ଶନିବାର ଖୁସି ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅଙ୍ଗନଓ୍ୱାଡି କର୍ମୀଙ୍କ ପାରିଶ୍ରମିକ ବଢ଼ାଇ  6000 ଟଙ୍କା ବଦଳରେ 7,500ଟଙ୍କା ପାଇବେ। ମୁଖ୍ୟମନ୍ତ୍ରୀ ନବୀନଙ୍କ ଘୋଷଣା ଅନୁସାରେ ମିନି ଅଙ୍ଗନବାଡ଼ି କର୍ମୀମାନେ 4215 ଟଙ୍କା ବଦଳରେ 5375 ଟଙ୍କା ପାଇବେ। ସେହିପରି ଅଙ୍ଗନବାଡ଼ି ହେଲପରମାନେ 3750 ଟଙ୍କା ପାଇବେ।

ହେଲ୍ପରମାନେ  ପୂର୍ବରୁ 3000 ଟଙ୍କା ମାସିକ ପାରିଶ୍ରମିକ ପାଉଥିଲେ। ବର୍ଦ୍ଧିତ ପାରିଶ୍ରମିକ 2018 ଅକ୍ଟୋବରରୁ ପିଛିଲା ଭାବରେ ଲାଗୁ ହେବ। ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଅବ୍ୟାହତି ବୟସ ସୀମା 62 ବର୍ଷକୁ ବୃଦ୍ଧି କରିଛନ୍ତି। ଅଙ୍ଗନବାଡ଼ିରେ କାର୍ଯ୍ୟରତ କର୍ମୀ ଓ ହେଲପରମାନେ 15 ଦିନ ପାଇଁ ଖରାଛୁଟିରେ ରହିବେ। କେବଳ ସେତିକି ନୁହେଁ, କର୍ମୀ ଓ ହେଲପରମାନଙ୍କୁ ଅବସର ପରେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇବେ।

ଏହି ଆଧାରରେ ଅଙ୍ଗନବାଡ଼ି କର୍ମୀମାନେ 20,000 ଟଙ୍କା, ମିନି ଅଙ୍ଗନଓ୍ୱାଡିକର୍ମୀଙ୍କୁ 15 ହଜାର ଟଙ୍କା ଓ ହେଲପରଙ୍କୁ 10,000 ଟଙ୍କା ମିଳିବ ବୋଲି ନବୀନ କହିଛନ୍ତି।

Spread the love