ସଲମାନଙ୍କ ଗୀତ ‘ଜିନେ କେ ହେଁ ଚାର ଦିନ’ର ଗାମୁଛା ହେଲା ନିଲାମ, ନିଲାମୀ ରାଶି ଏତିକି ଲକ୍ଷ ଟଙ୍କା

ମୁମ୍ବାଇ ୦୧/୦୯ : ବଲିଉଡ ଅଭିନେତା ସଲମାନ ଖାନଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। ସେ ଯୁଆଡେ ବି ଯାଆନ୍ତି ପ୍ରଶଂସକଙ୍କ ଭିଡ ଜମିଯାଏ। ନିକଟରେ ସେ ଋଷରେ ଫିଲ୍ମ ଟାଇଗର-୩ ଶୁଟିଂ କରୁଥିଲେ। ଶୁଟିଂ ସେଟରେ ମଧ୍ୟ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା। ପ୍ରଶଂସକ ତାଙ୍କ ସହ ସେଲ୍ଫି ନେବାକୁ ଚାହୁଁଥିଲେ। ତାଙ୍କ ଦ୍ୱାରା ବ୍ୟବହୃତ ବ୍ରାଣ୍ଡ ଓ ପ୍ରଡକ୍ଟର ମଧ୍ୟ ଚାହିଦା ଅଧିକ।
ସଲମାନ ଖାନ ଏକ ଫିଲ୍ମରେ ବ୍ୟବହାର କରିଥିବା ଏକ ଗାମୁଛା ନିଲାମ ହୋଇଛି। ୨୦୦୪ ରେ ଫିଲ୍ମ ‘ମୁଝସେ ଶାଦୀ କରୋଗୀ’ ରେ ସଲମାନ ଏହି ଗାମୁଛା ବ୍ୟବହାର କରିଥିଲେ। ଫିଲ୍ମର ଗୀତ ‘ଜିନେ କେ ହେଁ ଚାର ଦିନ’ ନିଶ୍ଚୟ ମନେଥିବ। ଗୀତରେ ସଲମାନଙ୍କ ଡ୍ୟାନ୍ସ ଷ୍ଟେପ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା। ସଲମାନ ଏହି ଗୀତରେ ଗାମୁଛା ଧରି ଡ୍ୟାନ୍ସ କରିଥିଲେ। ଫିଲ୍ମ ସେ ବର୍ଷର ସୁପରହିଟ ଫିଲ୍ମମାନଙ୍କ ମଧ୍ୟରୁ ଗୋଟିଏ। ଅନେକ ବର୍ଷ ପରେ ଏହି ଗାମୁଛା ନିଲାମ ହୋଇଛି। ତେବେ ଗାମୁଛା କେତେ ଟଙ୍କାରେ ନିଲାମ ହୋଇଛି, ଅଣାନ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ରିପୋର୍ଟ ଅନୁଯାୟୀ, ଏହି ଗାମୁଛା ୧ ଲକ୍ଷ ୪୨ ହଜାର ଟଙ୍କାରେ ନିଲାମ କରାଯାଇଛି। ସଲମାନଙ୍କ ପ୍ରତି ଏହା ପ୍ରଶଂସକଙ୍କ କ୍ରେଜ ଯେଉଁଥିପାଇଁ ଏକ ସାମାନ୍ୟ ଗାମୁଛାର ମୂଲ୍ୟ ଲକ୍ଷେ ଟଙ୍କାରୁ ଉପରକୁ ଚାଲିଗଲା।

Spread the love