ସଲମାନ ପ୍ରଥମେ କାହାକୁ ଲଭ କରୁଥୁଲେ ଜାଣିଛନ୍ତି କି, ଯଦି ଜାଣିନାହାନ୍ତି ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ ୨୭/୧୨: ଆଜି ସଲମାନ ଖାନଙ୍କ ଜନ୍ମଦିନ। ଡିସେମ୍ବର ୨୭, ୧୯୬୫ରେ ସଲମାନ ଇନ୍ଦୋରରେ ସଲିମ ଖାନ ଏବଂ ସୁଶୀଲା ଚରକଙ୍କ ଘରେ ଜନ୍ମ ହୋଇଥିଲେ। ୧୯୮୧ ରେ ସଲମାନ ‘ବିୱି ହୋ ତୋ ଏସି’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ମୈଁନେ ପ୍ୟାର୍ କିୟା’ରେ ଜଣେ ମୁଖ୍ୟ ଅଭିନେତା ଭାବରେ କାମ କରିଥିଲେ। ଏହି ଫଲ୍ମଟି ତାଙ୍କ ଭାଗ୍ୟ ବଦଳାଇ ଦେଲା। ରୋମାଣ୍ଟିକ୍ ହିରୋ ହୋଇଥିବା ସଲମାନ ଚାହୁଁ ଚାହୁଁ ଲୋକଙ୍କ ପାଇଁ ଭାଇଜାନ୍ ଏବଂ ଟାଇଗର ହୋଇଗଲେ। ସଲମାନ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି, କିନ୍ତୁ ଗର୍ଲଫ୍ରେଣ୍ଡ ମାମଲାରେ ତାଙ୍କର ଲମ୍ବା ଲିଷ୍ଟ। ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ। ନିଜର ଆଫେୟାର୍ସ ପାଇଁ ସେ ଅନେକ ଥର ବିବାଦ ମଧ୍ୟକୁ ଆସିଛନ୍ତି।

ସଂଗୀତା ବିଜଲାନି, ସୋମି ଅଲି, ଐଶ୍ୱର୍ଯ୍ୟା ରାୟ, କ୍ୟାଟ୍ରିନା କୈଫ ତାଙ୍କ ଜୀବନରେ ଏମିତି କେତେ ଝିଅ ଆସିଛନ୍ତି ଏବଂ ଯାଇଛନ୍ତି। କିନ୍ତୁ ସଲମାନ ଏବେ ବି ବ୍ୟାଚଲର୍। ତାଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ ମାତ୍ର ୧୯ ବର୍ଷରେ ହୋଇଥିଲେ। ଇଏ ସେହି ଝିଅ ଥିଲେ ଯାହାଙ୍କ ଉପରେ ସଲମାନଙ୍କ ହୃଦୟ ପ୍ରଥମ ଥର ପାଇଁ ଆସିଥିଲା । ଏହି ଝିଅ ପାଇଁ ସଲମାନ ସେହି ସମୟରେ ତାଙ୍କ ରେଡ ସ୍ପୋର୍ଟସ କାରରେ କଲେଜର ଚକ୍କର କାଟୁଥିଲେ।

ଏହି ଝିଅ ଆଉ କେହି ନୁହଁନ୍ତି ବରଂ ଶାହିନ୍ ଜାଫ୍ରି ଥିଲେ। ଶାହିନ୍ ଜଣେ ମଡେଲ୍ ଥିଲେ। ସେତେବେଳେ ସଲମାନ ଫିଲ୍ମ ଷ୍ଟାର୍ ହୋଇନଥିଲେ ଏବଂ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରେ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଉଭୟ ପରସ୍ପରକୁ ଡେଟ ମଧ୍ୟ କରିଥିଲେ। ଉଭୟଙ୍କ ପରିବାର ଏହି ସମ୍ପର୍କ ପାଇଁ ପ୍ରସ୍ତୁତ ଥିଲେ। ସଲମାନଙ୍କ ପରିବାର ଶାହିନଙ୍କୁ ବହୁତ ପସନ୍ଦ କରୁଥିଲେ।  ସମସ୍ତେ ଭାବୁଥିଲେ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ। କିନ୍ତୁ ତାହା ହେଲା ନାହିଁ। ସଲମାନ ସେହି ସମୟର ପ୍ରସିଦ୍ଧ ମଡେଲ ତଥା ୧୯୮୦ ର ମିସ୍ ଇଣ୍ଡିଆ ସଙ୍ଗୀତା ବିଜଲାନିଙ୍କୁ ଭେଟିଥିଲେ, ଉଭୟଙ୍କ ମଧ୍ୟରେ ପ୍ରେମ ବଢିବାରେ ଲାଗିଥିଲା। ଯାହା ପରେ ସଲମାନ ଏବଂ ଶାହିନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

Spread the love