ରାଧେ’ର ରିଲିଜ୍‌ ତାରିଖ ଘୋଷଣା କଲେ ସଲମାନ

ସଲ୍‌ମାନ୍‌ ଖାନ୍‌ଙ୍କ ପ୍ରଶଂସକମାନଙ୍କ ପ୍ରତୀକ୍ଷାର ଅନ୍ତଃ ଘଟିଛି। ଶେଷରେ ୫୫ ବର୍ଷୀୟ ଏହି ଅଭିନେତା ନିଜର ଆସନ୍ତା ଚଳଚ୍ଚିତ୍ର ‘ରାଧେ’ର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ସଲୁ ମିଆଁଙ୍କ ଅଭୀନିତ ଚଳଚ୍ଚିତ୍ର ‘ରାଧେ’ ଚଳିତବର୍ଷ ଇଦ୍‌ରେ ମୁକ୍ତିଲାଭ କରିବ ବୋଲି ଏକ ଇନ୍‌‌ଷ୍ଟା ପୋଷ୍ଟ୍‌ କରି ସୂଚନା ଦେଇଛନ୍ତି ଦବଙ୍ଗ ବୟ। ଆଜକୁ ଠିକ୍‌୨ ମାସ ପରେ ମେ ୧୩ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’।
ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା। ଏହି ଚଳଚ୍ଚିତ୍ର ସଲମାନଙ୍କ ବ୍ୟତୀତ ଜ୍ୟାକି ସରଫ୍‌, ଦିଶା ପଟାନୀ, ରଣଦୀପ ହୁଡ୍ଡା ଆଦି ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଏକ କୋରିଆନ୍‌ ଅକ୍ସନ ମୁଭିର ଏହା ରିମେକ୍‌ ବୋଲି ସୂଚନା ରହିଛି।

ଏହି ତାରିଖ ଗତବର୍ଷଠାରୁ ସ୍ଥିର ହୋଇଥିଲେ ବି କରୋନା ଭାଇରସ୍‌ ପାଇଁ ତାରିଖ ଘୁଞ୍ଚିବାର ଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସଲମାନଙ୍କୁ ଶେଷ ଥର ପାଇଁ ‘ଦବଙ୍ଗ-୩ରେ ଦେଖିବାକୁ ମିଳିଥିଲା।

Spread the love