ସଲ୍‌ମାନଙ୍କ କଲ୍‌ ଆସିବା ପରେ ଯାଇ ରାକ୍ଷୀଙ୍କୁ ସ୍ବୀକାର କଲେ ଆଦିଲ୍‌

ମୁମ୍ବାଇ: ଗତ କିଛି ଦିନ ହେବ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ମନୋରଞ୍ଜନର ରାଣୀ ରାକ୍ଷୀ ସାୱନ୍ତ। ସେ ତାଙ୍କ ପ୍ରେମିକ ଆଦିଲ ଦୁରାନିଙ୍କୁ ବିବାହ କରିବା ପରେ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଆପଣ ଜାଣନ୍ତି ଯେ ବିବାହ କଥା ପ୍ରଥମେ ରାକ୍ଷୀ ଗଣମାଧ୍ୟମରେ କହିଥିବା ବେଳେ ଏହାକୁ ଅସ୍ବୀକାର କରିଥିଲେ ଆଦିଲ୍‌। ପରବର୍ତ୍ତୀ ସମୟରେ ସେ ରାକ୍ଷୀଙ୍କୁ ବିବାହ କରିବା କଥା ସ୍ବୀକାର କରି ଏ ପୂରା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଥିଲେ। ଏବେ ଶୁଣିବାକୁ ମିଳୁଛି ଯେ ଆଦିଲ୍‌ ରାକ୍ଷୀଙ୍କୁ କୁଆଡ଼େ ସଲ୍‌ମାନଙ୍କ କହିବା ହେତୁ ସ୍ବୀକାର କରିଛନ୍ତି। ଆଜ୍ଞା ହଁ, ଆପଣ ଏକଦମ ଠିକ୍‌ ପଢୁଛନ୍ତି। ଆଦିଲ ରାକ୍ଷୀଙ୍କୁ ବିବାହ କରିବା କଥା ଅସ୍ବୀକାର କରି ସାରିଥିଲେ। ତାପରେ ସଲ୍‌ମାନ କିଛି ଏପରି କଥା କହିଲେ, ଯାହା ଫଳରେ ଆଦିଲ୍‌ ରାକ୍ଷୀଙ୍କୁ ପତ୍ନୀ ରୂପେ ସ୍ବୀକାର କଲେ।

ଭିଡିଓଗ୍ରାଫର୍‌ଙ୍କ ସହ କଥା ହେବା ବେଳେ ରାକ୍ଷୀ କହିଛନ୍ତି ଯେ ଆଦିଲଙ୍କ ନିକଟକୁ ସଲ୍‌ମାନଙ୍କ କଲ୍‌ ଆସିଥିଲା। ଯାହାପରେ ତାଙ୍କ ଜୀବନରେ ସବୁ କିଛି ଠିକ୍‌ ହୋଇଛି। ରାକ୍ଷୀ ଆହୁରି ବି କହିଛନ୍ତି ଯେ ଭାଇ (ସଲ୍‌ମାନ) ଆଦିଲଙ୍କୁ ଭେଟିଛନ୍ତି ମଧ୍ୟ। ସେ ଆହୁରି ବି କହିଛନ୍ତ ଯେ ‘ଆଦିଲ୍‌ଙ୍କ ନିକଟକୁ ଭାଇଙ୍କ କଲ୍‌ ବି ଆସିଥିଲା। ଭାଇ ଥାଉ ଥାଉ ସେ ମନା କରିପାରିବେ ଭଉଣୀକୁ ବିବାହ କରିବା କଥା? ସଲ୍‌ମାନ ଭାଇଙ୍କ କଲ୍‌ ଆସିଥିଲା। ପଚାର ତାଙ୍କୁ। ଭାଇ ସେ ମୋର। ଇଏ ହେଉଛନ୍ତି ସଲ୍‌ମାନ ଖାନ୍‌ଙ୍କ ଭିଣୋଇ। ତାଙ୍କ ଜ୍ବାଇଁ ଇଏ।’ ଆଦିଲ ବି ସଲ୍‌ମାନଙ୍କ କଲ୍‌ କଥାକୁ ଗଣମାଧ୍ୟମରେ ସ୍ବୀକାର କରୁଛନ୍ତି।

Spread the love