ଦବଙ୍ଗ ଷ୍ଟାଇଲରେ ଲୋକଙ୍କୁ ପରାମର୍ଶ ଦେଲା ୟୁପି ପୋଲିସ, ଭାଇରାଲ୍ ହେଉଛି ଟ୍ୱିଟ୍

ମୁମ୍ବାଇ ୨୮/୧୨: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଜନ୍ମଦିନର ଉତ୍ସାହ ଦିନସାରା ଦେଖିବାକୁ ମିଳିଥିଲା ​।​ ବଲିଉଡର ‘ଭାଇଜାନ’ଙ୍କୁ ଫ୍ୟାନ୍ସଙ୍କ ସହିତ ଷ୍ଟାରମାନେ ଶୁଭେଚ୍ଛା ଜଣାଇ ନିଜର ପ୍ରେମ ବ୍ୟକ୍ତ କରିଥିଲେ। ଏଥିମଧ୍ୟରେ ଉତ୍ତରପ୍ରଦେଶ ପୋଲିସ ସଲମାନ ଖାନଙ୍କ ଷ୍ଟାଇଲରେ ଏକ ଟ୍ୱିଟ କରିଛି। କୋଭିଡର ମାମଲା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ୟୁପି ପୋଲିସ ଏକ ଟୁଇଟ୍ କରିଛି। ଓମିକ୍ରନ୍ ଚେତାବନୀର ଏହି ଟ୍ୱିଟ୍ ସଲମାନ ଖାନଙ୍କ ଷ୍ଟାଇଲରେ ହୋଇଛି। ଯେଉଁଥିପାଇଁ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ଦେଶରେ ଓମିକ୍ରୋନର ବିପଦ ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଅସାବଧାନତା ଦେଖାଦେଉଛି। ତେଣୁ ସଲମାନ ଖାନଙ୍କ ଷ୍ଟାଇଲରେ ୟୁପି ପୋଲିସ ଲୋକଙ୍କୁ ପରାମର୍ଶ ଦେଇଛି। ସୋସିଆଲ ମିଡିଆ ୟୁଜର୍ସ ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି।

ୟୁପି ପୋଲିସ ସଲମାନଙ୍କ ଏକ ଫଟୋ ସେୟାର କରି ଲେଖିଛି, ‘ଜୀବନରେ ତିନୋଟି ଜିନିଷକୁ କଦାପି ଅବମାନନା କର ନାହିଁ – ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତା।’ ଏହା ସଲମାନ ଖାନଙ୍କ ଫିଲ୍ମ ରେଡି ର ଡାଏଲଗ୍ ଦ୍ୱାରା ଅନୁପ୍ରାଣିତ। ପ୍ରକୃତ ଡାଏଲଗ୍ ହେଉଛି- ‘ଜୀବନରେ ତିନୋଟି ଜିନିଷକୁ କଦାପି ଅବମାନନା କର ନାହିଁ – ଆଇ, ମି ଆଣ୍ଡ ମାଇଁସେଲ୍ଫ।’

ଏଥି ସହିତ ଏହି ଫଟୋ ସେୟାର କରି ୟୁପି ପୋଲିସ କ୍ୟାପସନରେ ଲେଖିଛି, “ଭାଇରସ ସହିତ ଚାଲିଥିବା କୁସ୍ତିରେ ଏହି ତିନିଜଣ ‘ଅନ୍ତିମ’ ପର୍ଯ୍ୟନ୍ତ ଆପଣଙ୍କ ‘ବଡିଗାର୍ଡ’ ହୋଇ ରହିବେ। ‘ସତର୍କ ରୁହନ୍ତୁ ଏବଂ ସୁରକ୍ଷାର ‘ସୁଲତାନ’ ହୋଇ ‘ଭାରତ’ରେ କରୋନାର ‘ଦବଙ୍ଗ’ କୁ ‘କିକ୍’ ମାରନ୍ତୁ। ଏହି କ୍ୟାପସନରେ ସଲମାନ ଖାନଙ୍କ ଫିଲ୍ମ ଅନ୍ତିମ, ବଡିଗାର୍ଡ, ସୁଲତାନ, ଭାରତ, ଦବଙ୍ଗ ଏବଂ କିକ୍ ବିଷୟରେ କୁହାଯାଇଛି।

Spread the love