ପୋଖରୀରେ ଗାଧେଇବା ମନା, ସେଲୁନ୍ ଓ ବ୍ୟୁଟି ପାର୍ଲର ବନ୍ଦ

 ଭୁବନେଶ୍ୱର, ୧୯/୦୩: କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୋଖରୀ ଅବା ଜଳାଶୟରେ ଗାଧେଇବାକୁ ମଧ୍ୟ ବାରଣ କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ, କରୋନା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଦୋକାନଗୁଡ଼ିକ ବନ୍ଦ ରହିବ।
ସୂଚନାଯୋଗ୍ୟ, ପୋଖରୀ ଓ ଜଳଭଣ୍ଡାରରେ ପରିଚ୍ଛନ୍ନତା ରହୁନଥିବାରୁ ତଥା କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଗାଧେଇବା,ସଫା କରିବା ଓ ଅନ୍ୟାନ୍ୟ କାର୍ଯ୍ୟ ନକରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି।

ପଞ୍ଚାୟତ ପ୍ରତିନିଧିମାନଙ୍କ ମାଧ୍ୟମରେ ସାଧାରଣ ଲୋକମାନଙ୍କୁ ଏଭଳି ପ୍ରଦୂଷିତ ଜଳ ଉପଯୋଗ ନକରିବାକୁ ସଚେତନ କରାଇବାକୁ କୁହାଯାଇଛି। ହ୍ୟାଣ୍ଡ ପମ୍ପ, ଟ୍ୟୁବୱେଲ୍ ଓ ଅନ୍ୟ ପାଇପ୍ ଜଳଯୋଗାଣ ମାଧ୍ୟମରେ ଏସବୁ କାର୍ଯ୍ୟ କରିବାକୁ କୁହାଯାଇଛି।

Spread the love