ଡ. ଅଚ୍ୟୁତ ସାମନ୍ତଙ୍କୁ ୫୦ତମ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ

ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍‌, ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି । ଡ. ଅଚ୍ୟୁତ ସାମନ୍ତଙ୍କର ଏହା ୫୦ତମ ସମ୍ମାନସୂଚକ ଡକ୍ଟରେଟ୍‌ । ପୂର୍ବରୁ ଦେଶବିଦେଶର ବିଭିନ୍ନ ବିଦ୍ୟାଳୟରୁ ୪୯ଟି ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପାଇଥିଲେ। ଗୌରବର କଥା ନିଜେ ଅଧ୍ୟୟନ କରିଥିବା ବିଶ୍ୱବିଦ୍ୟାଳୟରୁ ଡ. ସାମନ୍ତଙ୍କୁ ଆଜି ପ୍ରଦାନ କରାଯାଇଛି ୫୦ ତମ ଡକ୍ଟରେଟ୍‌ ଡିଗ୍ରୀ। ସମାବର୍ତ୍ତନ ଉତ୍ସବରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଲ ଗୌଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ ତମ ସମାବର୍ତ୍ତନ ଉତ୍ସବରେ ୨୦୨୧-୨୨ ଶିକ୍ଷାବର୍ଷରେ ୧୬୩ ଜଣଙ୍କୁ ପିଏଚଡି ଓ ପିଜି ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିବା ୯୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି।

Spread the love