ମା’ ସମଲେଶ୍ବରୀଙ୍କ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ

ସମ୍ବଲପୁର ୧।୧: ସମ୍ବଲପୁରରେ ଫିକା ପଡିଲା ନୂଆବର୍ଷ ପାଳନ । ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ ହୋଇଥିବା ବେଳେ ଶନିବାର ସମଲେଶ୍ବରୀଙ୍କ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ । ୪ ଦିନ ଧରି ମନ୍ଦିର ବନ୍ଦ ନିଷ୍ପତ୍ତି ଯୋଗୁଁ ଦର୍ଶନରୁ ବଞ୍ଚିତ ରହିଲେ ଶ୍ରଦ୍ଧାଳୁ । ଅନ୍ୟବର୍ଷ ଗୁଡିକରେ ନୂଆବର୍ଷ ଆରମ୍ଭରୁ ମା’ଙ୍କ ଦର୍ଶନ କରୁଥିବା ବେଳେ ଏଥର ତାହା ପୂରଣ ହୋଇପାରିନି । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଥିବା ବେଳେ ଏଥର କିନ୍ତୁ ହାତ ଗଣତି ଶ୍ରଦ୍ଧାଳୁ ମନ୍ଦିର ବାହାରୁ ମୁଣ୍ଡିଆ ମାରି ଘରକୁ ଫେରିଛନ୍ତି ।

ତେବେ ମା’ଙ୍କୁ ଦର୍ଶନ କରି ନପାରି ସାଧାରଣତଃ ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ରହିଯାଇଛି । ବାହାରେ ଦୀପ ପ୍ରଜ୍ବଳନ କରି ମୁଣ୍ଡିଆ ମାରି ଘରକୁ ଫେରିଛନ୍ତି । ତେବେ ମନ୍ଦିର ଟ୍ରଷ୍ଟ ବୋର୍ଡର ଏହି ନିଷ୍ପତ୍ତିକୁ ସ୍ବାଗତ କରି ପୂଜକମାନେ ମଧ୍ୟ ସକାଳୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି । ସକାଳ ୫ଟାରୁ ଆଳତୀ କରି ପୂଜାର୍ଚ୍ଚନା କରିଛନ୍ତି ।

ଓମିକ୍ରନ ଭୟାବହତା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ ଶ୍ରଦ୍ଧାଳୁ ବାହାରୁ ମୁଣ୍ଡିଆ ମାରି ନିଜର ଦୁଃଖ ଜଣାଉଥିବା ପୂଜକ କହିଛନ୍ତି । ତେବେ କେବଳ ସମଲେଶ୍ବରୀ ପୀଠ ନୁହଁ ଘଣ୍ଟେଶ୍ବରୀ ମନ୍ଦିର, ପ୍ଲାନେଟୋରିୟମ ପ୍ରଭୃତି ସ୍ଥାନରେ ଖାଁ ଖାଁ ସ୍ଥିତି ରହିଛି ।

Spread the love