କରୋନା ସଙ୍କଟର ଘନ ଅନ୍ଧକାରକୁ ପ୍ରତିହତ କରିବାକୁ ହେଲେ ଚତୁର୍ଦ୍ଦିଗରେ ବିଜୟର ଆଲୋକ ଖେଳାଇବାକୁ ପଡିବ : ସମୀର ମହାନ୍ତି

ଭୁବନେଶ୍ୱର,୦୩/୪: ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୧୩୦ କୋଟି ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କରୋନା ବିରୋଧୀ ଯୁଦ୍ଧର ନେତୃତ୍ୱ  ନେଉଛନ୍ତି । ବିଶ୍ୱ ମହାମାରୀ କରୋନା ସଂକଟ ବର୍ତମାନ ଚାରିଆଡେ ଯେଉଁ ଅନ୍ଧକାର ବିଛାଇଛି ତାହା ଭିତରେ ଆମକୁ ଆଲୋକ  ଏବଂ ଆଶା ଆଡକୁ ନିରବଚ୍ଛିନ୍ନ ଭାବେ ଅଗ୍ରସର ହେବାକୁ ପଡିବ ।

କରୋନା ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏବଂ ଗରିବ ଭାଇ
ଭଉଣୀମାନଙ୍କୁ ସାଙ୍ଗରେ ଧରି ସେମାନଙ୍କୁ ମନରେ ଥିବା ଆଶଙ୍କା ଓ ଭୟକୁ ଦୂର କରିବା ପାଇଁ ଆଶାର ଆଲୋକ ଦିଗରେ  ଆଗେଇବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆଲୋକ ଏବଂ ନିଶ୍ଚିତତା ଦିଗରେ ଅଗ୍ରସର ହୋଇ ଏଭଳି ସଙ୍କଟର ଘନ ଅନ୍ଧକାରକୁ ପ୍ରତିହତ କରିବାକୁ ହେଲେ  ଚତୁର୍ଦ୍ଦିଗରେ ବିଜୟର ଆଲୋକ ଖେଲାଇବାକୁ ପଡିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଗାମୀ ରବିବାର ଏପ୍ରିଲ ୫ ତାରିଖ ଦିନ ରାତି ୯ ଟା ସମୟରେ ୯ ମିନଟ ପାଇଁ ଘରର ସମସ୍ତ ବତୀକୁ ଲିଭାଇ ନିଜ ଘର ଦୁଆରେ କିମ୍ବା ବାଲକୋନୀରେ ଦୀପ, ମହମବତୀ, ଟର୍ଚ୍ଚ ବା ମୋବାଇଲ ଫ୍ଲାସ ଲାଇଟକୁ ଜଳାଇବାକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଜ୍ୟବାସୀଙ୍କୁ ଅନୁରୋଧ
କରିଛନ୍ତି ।

ଏହାଦ୍ୱାରା ସମଗ୍ର ଦେଶରେ ଯେଉଁ ଉତ୍ସାହର ଆଲୋକ ସୃଷ୍ଟି ହେବ, ତାହା କରୋନା ସଂକଟର ଅନ୍ଧକାରରୁ ନିଶ୍ଚିତ ଭାବେ
ଆମକୁ ମୁକ୍ତି ପ୍ରଦାନ କରିବା ସହ ଏହି ଲଢେଇରେ ଆମର ବିଜୟ ନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହାସହ କରୋନା ମୁକାବିଲା ସଂଗ୍ରାମରେ ଆମେ କିମ୍ବା କେହି ବି ଏକୁଟିଆ ନୁହେଁ ବୋଲି ଆମେ ସଂକଳ୍ପ ନେବା । ଏପ୍ରିଲ
୫ ତାରିଖ ଦିନ ଘରୁ ନବାହାରି ସାମାଜିକ ଦୂରତା ରକ୍ଷାର ଲକ୍ଷ୍ମଣରକ୍ଷାକୁ ଅତିକ୍ରମ ନକରି କରୋନାର ମୁକାବିଲା କରିବା । ଆମେ  ସମସ୍ତେ ଏକାଠୀ ହୋଇ କରୋନାକୁ ପ୍ରତିହତ କରିବା ଏବଂ ଭାରତକୁ ବିଜୟୀ କରାଇବା ବୋଲି ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ଆହ୍ୱାନ  ଦେଇଛନ୍ତି ।

କରୋନାର ମୁକାବିଲା କରିବା ପାଇଁ ଜରୁରୀ କାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ଯୋଗାଇବା, ଭିତିଭୂମି ଓ ସଂସ୍ଥାଗତ  ସାମର୍ଥ୍ୟ ପୁନଃନିର୍ମାଣ, ନୂତନ ପ୍ରଯୁକ୍ତିର ପ୍ରୟୋଗ, ଅତ୍ୟାଧୁନିକ ଗବେଷଣା ପାଇଁ ପ୍ରଧାନମବୀ ନାଗରିକ ସହାୟତା ଓ ରିଲିଫ ପାଣ୍ଠି  ଗଠନ  କରାଯାଇଛି ।

ଏହି ପରିପ୍ରେକ୍ଷୀରେ ପିଏମ କେୟାର୍ସ ଫଣ୍ଡର ରାଜ୍ୟ ସଂଯୋଜକ ଭାବେ ବିଜେପି ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ସୁଦର୍ଶନ ଗୋୟଲଙ୍କୁ ଦାୟୀତ୍ୱ ଦିଆଯାଇଛି । ପିଏମ କେୟାର୍ସ ଫଣ୍ଡକୁ ଆପଣ ନିଜର ସାମର୍ଥ୍ୟ ଅନୁଯାୟୀ ଅର୍ଥ ଦାନ କରି ରାଷ୍ଟ୍ର ହିତରେ ନିଜକୁ
ସାମିଲ କରିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।

Spread the love