ନବୀନଙ୍କୁ ସହଯୋଗର ହାତ ବଢ଼ାଇଲା ବିଜେପି

ରାଜ୍ୟରେ କରୋନା ମହାବିପତ୍ତି ବେଳେ ରାଜନୀତି ଭୁଲି ସହଯୋଗର ସରକାରଙ୍କୁ ସହଯୋଗର ହାତ ବଢ଼ାଇଛି ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପ୍ରଶାସନର ଜରୁରୀ ସେବା ଓ କାର୍ଯ୍ୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ଆପଣ ଯେଉଁ ଦାୟିତ୍ୱ ଦେବେ ଆମେ ସେହି ଦାୟିତ୍ୱକୁ ନିଷ୍ଠା ଓ ଆଗ୍ରହର ସହ ପାଳନ କରିବୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି । ସମୀର ଲେଖିଛନ୍ତି, କରୋନା ପାଇଁ ସାରା ଦେଶ ଓ ଆମ ରାଜ୍ୟ ଓଡ଼ିଶାରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଲାଗୁ ହୋଇଛି । ଏଥିପାଇଁ ଆମେ ଚିନ୍ତିତ । ରାଜ୍ୟବାସୀଙ୍କର ଏହି କଠିନ ପରିସ୍ଥିତି ସମୟରେ ରାଜ୍ୟ ସରକାର ଓ ପ୍ରଶାସନକୁ ସବୁପ୍ରକାର ସହଯୋଗ କରିବାକୁ ଆମ କାର୍ଯ୍ୟକର୍ତ୍ତମାନେ ପ୍ରସ୍ତୁତ । ଏହି ଜରୁୀକାଳୀନ ପରିସ୍ଥିତି ସମୟରେ ଦୀର୍ଘମିଆଦୀ ପ୍ରସ୍ତୁତି କରାଯାଇ ପରିସ୍ଥିତିର ମୁକାବିଲା କରାଯିବା ଦରକାର । ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଜ୍ୟରେ ଆପଣ କରୋନା ଆକ୍ରମଣ ଭଳି ଜରୁରୀକାଳୀନ କରିସ୍ଥିତିରେ ଦେଶବାସୀଙ୍କ ସୁରକ୍ଷା ପାଇଁ ସବୁପ୍ରକାର ଉଦ୍ୟମର ନେତୃତ୍ୱ ନେଉଛନ୍ତି । ଏପରି ପରିସ୍ଥିତିରେ ରାଜ୍ୟସ୍ତରରୁ ଜିଲ୍ଲା, ବ୍ଲକ୍, ପଞ୍ଚାୟତରୁ ଗାଁ ପର୍ଯ୍ୟନ୍ତ ପ୍ରଶାସନିକ କଳ ସହ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ସ୍ୱେଚ୍ଛାସେବୀ ଭାବେ ସାମିଲ ହୋଇ ସବୁପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ।

Spread the love