ପ୍ରତି 6 ବର୍ଷରେ କିରାଣି ହେବେ ବଦଳି- ସମୀର ଦାସ

ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ 6 ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାବର୍ଷ ଆରମ୍ଭରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି । ବଲାଙ୍ଗିର ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣି ପ୍ରମୋଦ ରଥ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିଲେ । ଗତକାଲି ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗଣଶିକ୍ଷା ମନ୍ତ୍ରୀ ଏ ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି ।

Spread the love