ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣଅଭିଯାନରେ ସାମିଲ ହେଲେ ରାଜ୍ୟ ସଭାପତି

ଭୁବନେଶ୍ୱର : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଜନ୍ମଭୂମିରେ ଏକ ବିଶ୍ୱସ୍ତରୀୟ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ଭକ୍ତ ମାନଙ୍କର ସହଯୋଗ ପ୍ରାପ୍ତି ନିମନ୍ତେ ଓଡ଼ିଶା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହୋଇଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ଶ୍ରୀ ମହାନ୍ତି ଭବ୍ୟ ରାମ ମନ୍ଦିର ନିର୍ମାଣ ନିମନ୍ତେ କିଛି ଅର୍ଥ ଦାନ କରିବା ସହ ରାଜ୍ୟବାସୀଙ୍କୁ ଏଭଳି ଏକ ପୂଣ୍ୟ କାମରେ ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି ।
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭାରତବର୍ଷରେ ବିଭିନ୍ନ ସମିତି ପକ୍ଷରୁ ଆର୍ôଥକ
ସହଯୋଗ ପ୍ରାପ୍ତି ନିମନ୍ତେ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ରାଜ୍ୟରେ ମଧ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ଏହି ଅଭିଯାନର ନେତୃତ୍ୱ ନେଇଛି। ଓଡ଼ିଶାରେ ୩୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ସମସ୍ତେ ସହଭାଗୀ ହେବା ଦରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Spread the love