ସୀମା ବିବାଦକୁ ସମାଧାନ କରି ସୀମାବର୍ତୀ ଅଂଚଳର ଲୋକଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ ରାଜ୍ୟ ସରକାର :ସମୀର ମହାନ୍ତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଓଡିଶାର ସୀମାବର୍ତୀ ଅଂଚଳଗୁଡିକୁ ପଡୋଶୀ ରାଜ୍ୟମାନେ ଅକ୍ତିଆର କରିବାକୁ ଲାଗିଛନ୍ତି । କୋରାପୁଟ ଜିଲ୍ଲାର କୋଟିଆ ପରି ମୟରୁଭଂଜ ଜିଲ୍ଲାର ରରୁଆ ବ୍ଲକ ଡେଣୁଆଁ ଗାଁର ବାସିନ୍ଦାଙ୍କୁ ଝାଡଖଣ୍ଡ ରାଜ୍ୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛି । ଝାଡଖଣ୍ଡ ସରକାର ଭତା ବାବଦକୁ ୧୦୦୦ ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ୫୦୦ ଟଙ୍କା ଦେଉଛନ୍ତି । ସୀମାବର୍ତୀ ଅଂଚଳକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାଁନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଓଡିଶା ଝାଡଖଣ୍ଡ ସୀମାବର୍ତୀ ଡେଣୁଆଁ ଗାଁ ଗସ୍ତକରିବା ସମୟରେ ଅଭିଯୋଗ କରିଛନ୍ତି । ଝାଡଖଣ୍ଡ ପାଇଁ ଓକିଲାତି କରୁଥିବା ଲୋକ ଏବେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଅଛନ୍ତି । ତାଙ୍କ ଜିଲ୍ଲାର ଗାଁକୁ ପଡୋଶୀ ରାଜ୍ୟ ଅକ୍ତିଆର କରିବାକୁ ବସିଥିବା ବେଳେ ରାଜସ୍ୱ ମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ଡେଣୁଆ ଗାଁ ଲୋକଙ୍କ ସହ ଶ୍ରୀ ମହାନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭାବାଗତ ଦୃଷ୍ଟିରୁ ଆମେ ସମସ୍ତେ ଏକ । ରାଜ୍ୟ ସରକାର ତୁରନ୍ତ ସୀମା ବିବାଦକୁ ସମାଧାନ କରିବା ସହ ସୀମାବର୍ତୀ ଅଂଚଳର ଲୋକଙ୍କ ବିକାଶ ସ୍ୱତନ୍ତ୍ର ଦୃଷ୍ଟି ଦେଇ
ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏହି ପ୍ରତିନିଧୀ ଦଳରେ ସାଂସଦ ତଥା ରାଷ୍ଟ୍ରୀୟ ସଂପାଦକ ବିଶେଶ୍ୱର ଟୁଡୁଙ୍କ ସମେତ ବିଜେପି ବିଧାୟକ ପ୍ରକାଶ ସୋରନେ, ନବ ମାଝୀ, ଗଣେଶ ରାମ ଖୁଂଟିଆ, ଭାସ୍କର ମଢେଇ, ବୁର୍ଦ୍ଧାନ ମୁର୍ମୁ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ମୟୁରଭଂଜ ଜିଲ୍ଲା କରଂଜିଆ ଠାରେ ଏକ ମିଶ୍ରଣ ପର୍ବରେ ଶ୍ରୀ ମହାନ୍ତି ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଶିଷ୍ଟ ଆଇନଜୀବୀରୁକ୍ମଣୀ ମହନ୍ତ, ସୁବର୍ଣ୍ଣ ଢୁଙ୍ଗିଆ, ଏମ. ଭିତଲ ରୟ, ଅଜୟ କୁମାର ସେଠୀ, ବସ ମାଲିକ ସଂଘର ସଂପାଦକ ଅରୁଣ ଅଗ୍ରୱାଲ, ପୂର୍ବତନ ସରଂପଚ ଶୈଳେନ୍ଦ୍ର ଦେଉରୀ, ନିତ୍ୟାନନ୍ଦ ମୁର୍ମୁ, ଗଗନ ଟୁଡୁ, ସମିତିସଭ୍ୟ ହିମାଂଶୁ ନାୟକଙ୍କ ସମେତ ସାମାଜିକ କର୍ମୀ ଏବଂ ଶତାଧିକ
ସଂଖ୍ୟାରେ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଓଡିଶାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜିର ମିଶ୍ରଣ ଦ୍ୱାରା ବିଜେପି ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love