ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା, ବୃତ୍ତିଗତ ଜୀବନ ଉପରେ ତଦନ୍ତ ହେଉ: ସମୀର ମହାନ୍ତି

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ରାଜନୀତି  ସରଗରମ ହେଉଛି।  ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି।   ରଙ୍ଗମହଲର ବିଶେଷ କୋଠରୀ କିଏ ବ୍ୟବହାର କରୁଥିଲା ବୋଲି ବିଜେପି ଉପ ସଭାପତି ସମୀର ମହାନ୍ତି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି।

 ସେ କହିଛନ୍ତି ଯେ, ରଙ୍ଗମହଲର ବିଶେଷ କୋଠରୀକୁ କିଏ ବ୍ୟବହାର କରୁଥିଲା ? ମୃତ ସ୍ମିତାରାଣୀଙ୍କ କେବଳ ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ ହୋଇଛି  କିନ୍ତୁ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ପୋଲିସ କୋଣସି ପ୍ରକାର ତଦନ୍ତ କରିନାହିଁ । ସ୍ମିତାଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ ତାଙ୍କ ଉପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଭତ୍ତା ଆଦିକୁ ନେଇ ବୃତ୍ତିଗତ ଚାପ ରହିଥିଲା । କିନ୍ତୁ ଏନେଇ ସରକାର ସମ୍ପୂର୍ଣ୍ଣ ଭାବେ ନିରବ ରହିଛନ୍ତି ବୋଲି ବିଜେପି ଉପ ସଭାପତି ସମୀର ମହାନ୍ତି କଟାକ୍ଷ କରିଛନ୍ତି ।

 

Spread the love