ଅବସରପ ଗୋପିନାଥ ମହାନ୍ତି ସର୍ବଦା ସ୍ମରଣୀୟ ହୋଇ ରହିବେ : ସମୀର ମହାନ୍ତି

ଭୁବନେଶ୍ୱର : ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ, ରାଜ୍ୟ ସଂସ୍କୃତି  ବିଭାଗର ପୂର୍ବତନ ଶାସନ ସଚିବ, ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଗୋପୀନାଥ ମହାନ୍ତିଙ୍କ ବିୟୋଗରେ  ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗଭୀର ଦୁଃଖ ପ୍ରକାଶ କରି ଶୋକ ବ୍ୟକ୍ତ କରିଛନ୍ତି ।  ସ୍ୱର୍ଗତଃ ମହାନ୍ତି ହେଲେ ପୂର୍ବତନ କୋରେଇ ବିଧାୟିକା ତଥା ବରିଷ୍ଠ ନେତ୍ରୀ ଶ୍ରୀମତୀ ସଂଚିତା ମହାନ୍ତିଙ୍କ ସ୍ୱାମୀ । ତାଙ୍କର ୨ ପୁଅ, ପୁତ୍ରବଧୁ ଏବଂ ନାତିନାତୁଣୀ ଅଛନ୍ତି। ସ୍ୱର୍ଗତଃ ମହାନ୍ତି ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ସୁଚାରୁ ରୂପେ ନିର୍ବାହ କରିଥିଲେ । ସ୍ୱର୍ଗତଃ ମହାନ୍ତି ଏକଧାରାରେ ଜଣେ ଜଗନ୍ନାଥ ସଂସ୍କୃତି ଗବେଷକ, ଗାଳ୍ପିକ,
ଔପନାସିକ, ସୁଲେଖକ ମଧ୍ୟ ଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ବିଶ୍ୱ ଦରବାରରେ ତାଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ । ବ୍ୟାସକବି ଫକୀର ମୋହନ ସେନାପତି ଜୟନ୍ତୀ କମିଟିର ଅନ୍ୟତମ ସ୍ରଷ୍ଟା ଥିଲେ। ବହୁ ପ୍ରତିଭା ସଂପନ୍ନ ଅଧିକାରୀ ସ୍ୱର୍ଗତଃ ମହାନ୍ତି ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ମହାନ୍ତି ଶୋକ ବ୍ୟକ୍ତ କରି କହିଛନ୍ତି ।

ଅମର ଆତ୍ମାର ସଦଗତି କାମନା କରିବା ସହ ଏଭଳି ଅସମୟରେ ଶୋକସନ୍ତପ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ ପାଇଁ ଶ୍ରୀ ମହାନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ବହୁ ନେତୃବୃନ୍ଦ ଶୋକବ୍ୟକ୍ତ କରିଛନ୍ତି ।

Spread the love