ସ୍କୁଲରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଘଟଣା : ଗଣଶିକ୍ଷା ମନ୍ତ୍ରୀ କହିଲେ- ସଂକ୍ରମଣ ଚେନ୍ ଭାଙ୍ଗିବାକୁ ପଦକ୍ଷେପ ନେଉଛି ପ୍ରଶାସନ

ଭୁବନେଶ୍ବର ୧୦।୧୨: ସ୍କୁଲରେ ସଂକ୍ରମଣ ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାସ । କେତେକ ସ୍କୁଲରେ କାଁ ଭାଁ ସଂକ୍ରମିତ ଥିବା ନଜରକୁ ଆସିଛି । ଥଣ୍ଡା ଜ୍ବର ବା ସାମାନ୍ୟ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟିଂ କରାଯାଉଛି । ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏସଓପିକୁ କଡାକଡି ଭାବେ ପାଳନ କରାଯାଉଛି । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।

ସ୍କୁଲରେ ଡ୍ରପ୍ ଆଉଟ୍ ସଂଖ୍ୟା ବୃଦ୍ଧିକୁ ନେଇ ଯେଉଁ ଖବର ପଦାକୁ ଆସିଛି । ସେଥିରେ କୌଣସି ସତ୍ୟତା ନାହିଁ । ହଜାରରୁ ଅଧିକ ମାଇଗ୍ରସନ ହଷ୍ଟେଲ ବନ୍ଦ ହୋଇଥିବା ଯୋଗୁଁ ପ୍ରାୟ ୮ ହଜାର ଛାତ୍ରଛାତ୍ରୀ ସ୍କୁଲ ଆସିପାରିନାହାନ୍ତି । ସ୍କୁଲ ଆସିବାକୁ ନେଇ ଅବିଭାବକ ସହମତି ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା ନେଇଛନ୍ତି । ସ୍କୁଲ ପ୍ରତି ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ବଢିଛି । ସଂକ୍ରମଣ ରୋକିବା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

Spread the love