ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ ବାଧକ ସାଜିଛି ବିଜେଡିର ରାଜନୈତିକ ଇଚ୍ଛାଶକ୍ତି : ସମୀର ମହାନ୍ତିି

ରାଉରକେଲା / ସମ୍ବଲପୁର, ତା.୦୯/୦୨ : ସୁନ୍ଦରଗଡ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ା ଏଠାରେ ଉପଯୁକ୍ତ ଭିତିଭୂମି ଥାଇ ମଧ୍ୟ ଏହାର ଆଶାନୁରୂପ ବିକାଶ ହୋଇପାରୁ ନାହିଁ ା ଜିଲ୍ଲାର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କ୍ଷେତ୍ରକୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ଦୀର୍ଘ ୨୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶାସନ କରୁଥିବା ବିଜେଡି ତାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରୁନଥିବାରୁ ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ ବାଧକ ସାଜିଛି ବୋଲି ପଂଚାୟତ ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ପଶ୍ଚିମାଂଚଳ ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ରାଉରକେଲାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ଗ୍ରାମଂଚଳର ଜନସାଧାରଣଙ୍କ ଆର୍ôଥକ ଓ ସାମାଜିକ ସୁରକ୍ଷା ପାଇଁ ଚତୁର୍ଦ୍ଦଶ ଏବଂ ପଂଚଦଶ ଅର୍ଥ କମିଶନ ଏକ ନୀତି ପ୍ରଣୟନ ହୋଇଥିଲା ା ଏହା ବଳରେ ଗ୍ରାମାଂଚଳର ଗରିବଗୁରୁବା, ଶ୍ରମିକ, କୃଷକ, ଖଟିଖିଆ, ଦିନମଜୁରୀଙ୍କ ସାମାଜିକ ଓ ଆର୍ôଥକ ମାନଦଣ୍ଡରେ ଅଭିବୃଦ୍ଧି ହେବା ଲକ୍ଷ୍ୟ ରଖାଯାଇଥିଲା ା ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ମଧ୍ୟ କରାଯାଇଛି ା ମାତ୍ର ରାଜ୍ୟର ଅପାରଗ ବିଜେଡି ସରକାର ଗ୍ରାମାଂଚଳବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏହାକୁ ଅଦ୍ୟାବଧି ରାଜ୍ୟରେ କାର୍ଯ୍ୟକାରୀ କଲେ ନାହିଁ ା ବରଂ ନିଜ କ୍ଷମତାର ଅପବ୍ୟବହାର କରି ଜେଇମାନଙ୍କୁ ଠିକାଦାର ସଜାଇଲେ ା ଗ୍ରାମଂଚଳରେ ଗ୍ରାମସଭା ଓ ପଲ୍ଲୀସଭାକୁ କରାଇଦେଲେ ନାହିଁ, ଯାହା ଅତ୍ୟନ୍ତ ବିଡମ୍ବନାର ବିଷୟ ା ଫଳରେ ଏହାର ସୁବିଧା ପାଇବାରୁ ଗ୍ରାମଂଚଳ ବାସିନ୍ଦାମାନେ ବଂଚିତ ହେଲେ ା ଯଦି ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନର ଅନୁଦାନ ସଠିକ୍ ଭାବେ ଗ୍ରାମଂଚଳରେ ବିନିଯୋଗ ହୋଇଥାନ୍ତା, ତେବେ ଗ୍ରାମର ଚିତ୍ର ବଦଳି ଯାଇଥାନ୍ତା ଓ ଗ୍ରାମଂଚଳ ଆଜି ହସୁଥାନ୍ତା ା ଶାସକ ବିଜେଡିର ବିକାଶ ବିରୋଧୀ ଆଭିମୁଖ୍ୟକୁ ଭାରତୀୟ ଜନତା ପାର୍ଟି ଏହାର ତୀବ୍ର ବିରୋଧ କରୁଛି ା ସେହିପରି ପଂଚାୟତର ଭିତିଭୂମି ବୃଦ୍ଧିରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି ା ଏହିକ୍ରମରେ ପଂଚାୟତରେ ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ଡ୍ରେନ୍ ବ୍ୟବସ୍ଥା, ସଲିଡ ୱେଷ୍ଟ ବ୍ୟବସ୍ଥା, କଲ୍ୟାଣ ମଣ୍ଡପ ଆଦି ନିର୍ମାଣର ଲକ୍ଷ୍ୟ ଥିଲା ା କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ା ସ୍ୱାଧୀନତାର ୭୦ ବର୍ଷ ପରେ ମୋଦି କ୍ଷମତାକୁ ଆସିବା ପରେ ୨୦୧୮ ମସିହା ସମସ୍ତଙ୍କୁ ଘରକୁ ସୌଭାଗ୍ୟ ଯୋଜନାରେ ଆଲୋକ ଯୋଗାଇ ଦିଆଯାଇଛି ା ଏଲ୍‌ଇଡି ବଲ୍‌ବ ଓ ଗ୍ରୀଡ ନିର୍ମାଣ ପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଗଲା ା ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଗରିବ ଶ୍ରେଣୀର ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ା ୨୦୨୨ ସୁଦ୍ଧା ସମସ୍ତଙ୍କ ଗରିବଙ୍କ ପାଇଁ ପକ୍କା ଘର ଯୋଗାଇ ଦେବାକୁ ସୁନିଶ୍ଚିତ କରାଯାଇଛି ା ଏଥିସହ କେନ୍ଦ୍ର ସରକାରଙ୍କ ପାଇଖାନା ଯୋଜନାରେ ଆଜି ଗରିବମାନଙ୍କ ଘରେ ଘରେ ୧୨ ହଜାର ଟଙ୍କାରେ ସମସ୍ତଙ୍କୁ ପାଇଖାନା ଯୋଗାଇ ଦିଆଯାଇଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା କରାଯାଇଛି ା ଗରିବ ପରିବାରକୁ ଲାଇଟ୍ ଓ ପାନୀୟ ଜଳ ଯୋଗାଇ ଦେବାକୁ ଭାଜପା ଦୃଢ ପ୍ରତିଶ୍ରୁତିବଦ୍ଧ ରହିଛି ା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮ଲକ୍ଷ ୧୭ ହଜାର ଘର ନିର୍ମାଣ ପାଇଁ ଆସିଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ପକ୍କାଘର ହୋଇପାରି ନାହିଁ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ା ୨୦୨୨ ସୁଦ୍ଧା କିପରି ସମସ୍ତ ଗରିବ ପରିବାର ପକ୍କା ଘର ପାଇବେ ସେଥିପାଇଁ ଭାଜପା ଅହରହ ଉଦ୍ୟମ କରିବ ା ଏକ ରାଜନୈତିକ ଇତିହାସରେ ୩୦ ଘଂଟାରୁ ଊର୍ଦ୍ଧ୍ୱ ସମୟ ଧରି ବିରୋଧୀ ଦଳର ରାଜ୍ୟ ସଭାପତିଙ୍କ ସମେତ ବିରୋଧୀ ଦଳର ନେତା, ସାଂସଦ, ବିଧାୟକମାନେ ସମ୍ବଲପୁରରେ ଗିରଫ ହୋଇ ରହିଲେ ା ଏହା ସତ୍ୱେ ଧାନ କିଣାବିକାରେ କୌଣସି ନିଷ୍କର୍ଷ ବାହାରିପାରିଲା ନାହିଁ ା ମାତ୍ର କେତେକ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା, ଯାହା ନାମକୁ ମାତ୍ର ଥିଲା ା ସମବାୟ ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ ା ଏମାନେ ମଧୁଚନ୍ଦ୍ରିକା କରି ଜିଲ୍ଲାର କୃଷକଙ୍କୁ ଶୋଷଣ କରୁଛନ୍ତି ା ତେବେ ଯେଉଁ ଟୋକନ ଦେଉଛନ୍ତି ତାର ଅବଧି ୨୮ ଦିନ ା ମେସେଜ ପାଇ ଚାଷୀ ଧାନ ବିକିବାକୁ ଯିବା ବେଳେ ସେମାନଙ୍କୁ ଅଥେନଟିସିଟି ସ୍ଲିପ୍ ଦିଆଯାଉ ନାହିଁ ା ଫଳରେ ଚାଷୀ ଅପେକ୍ଷା କରି କରି ସେମାନଙ୍କ ଧାନ ବିକ୍ରି କରିବାର ଅବଧି ସରିଯାଉଛି ା ରିଭାଲିଡେଟ୍ କରିବାକୁ ଅଧିକାରୀ ଆସିବେ ଆସିବେ କହୁଛନ୍ତି କିନ୍ତୁ କାହାର ଦେଖାମିଳୁ ନାହିଁ ା ଚାଷୀ ବାଧ୍ୟବାଧକତାରେ ମାତ୍ର ୧୦୦୦ରୁ ୧୧୦୦ ଟଙ୍କାରେ ବିକ୍ରି କରୁଛନ୍ତି ା ଆହୁରି ମଧ୍ୟ କରୋନା ସମୟରେ କରୋନା ସହାୟତାକୁ ସଠିକ୍ ଭାବେ ହିତାଧିକାରୀଙ୍କ ନିକଟରେ ପହଂଚିଲା ନାହିଁ ା ଏ ବାବଦରେ ଅନିୟମିତ ହୋଇଥିବା ଅର୍ଥ କୁଆଡେ ଗଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ା
କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଜନାରେ ମିନିମମ ଫରେଷ୍ଟ ପ୍ରଡକ୍ଟ (ଏମ୍‌ଏଫ୍‌ପି)କୁ ୧୫ଟି ଜଙ୍ଗଲଜାତ ଦ୍ରବ୍ୟକୁ ୬୦କୁ ବୃଦ୍ଧି କରିଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇ ନାହିଁ ା ଯେତେବେଳେ ଏହା ଏକ ଆଦିବାସୀ ବହୁଳ ଅଂଚଳ ଭାବେ ପରିଚିତ ା ଏହାଦ୍ୱାରା ବହୁ ଜିଲ୍ଲାବାସୀମାନେ ବେଶ୍ ଉପକୃତ ହୋଇପାରିଥାନ୍ତେ ା ସ୍ୱାଧୀନତାର ୭୦ ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ବାଚନର ସମୁଦାୟ ଆଲଟମେଂଟ ଅର୍ଥର ୨୦ ପ୍ରତିଶତ ସମିତିସଭ୍ୟ ଯାହାକୁ ନୋମିନି କୁହାଯାଉଛି ଓ ଜିଲ୍ଲା ପରିଷଦ ସଭ୍ୟ ୧୦ ପ୍ରତିଶତ ପାଇବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
୨୦୧୩ରେ ଶୁଭ ଦିଆଯାଇଥିବା କୋଏଲ ବ୍ୟାରେଜ୍ କାହିଁକି ହେଲା ନାହିଁ, ତାର ଜବାବ ରାଜ୍ୟ ସରକାର ଜନସାଧାରଣଙ୍କୁ ପ୍ରଦାନ କରନ୍ତୁ ା ଏଥିସହ କୁଆଁରମୁଣ୍ଡା ଠାରେ ଥିବା କଳକାରଖାନାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ା ଏହାର ସଠିକ୍ ବିନିଯୋଗ ହୋଇପାରିଲେ ଦେଶର ବେକାର ଯୁବ ସମାଜ ଉପକୃତ ହୋଇପାରିବେ ା ସେହିଭଳି ଜଳ ସେଚନ ପାଇଁ କେନ୍ଦ୍ର ସରକାରଙ୍କ ବୃହତ ଜଳ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ପରିମାଣର ସହାୟତା ଯୋଗାଇ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ ା ରାଜ୍ୟ ସରକାର ଜଳ ସେଚନ ପାଇଁ ଆଦୌ ଆନ୍ତରିକତା ଦେଖାଇ ନାହାନ୍ତି ା ଦୀର୍ଘ ୨୨ ବର୍ଷ ଶାସନ ମଧ୍ୟରେ ରାଜ୍ୟ ସରକାର ମାତ୍ର ୨୦ ପ୍ରତିଶତ ଜଳ ସେଚନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶଙ୍କର ଓରାମ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ଏହା କୃଷି ଓ କୃଷକଙ୍କ ବିକାଶ ପ୍ରତି ରାଜ୍ୟ ସରକାରଙ୍କ କେତେ ଦରଦ ତଥା ଆନ୍ତରିକତା ଅଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ ଓ ଜଗବନ୍ଧୁ ବେହେରା, ସମ୍ବଲପୁର ଜୋନାଲ ମିଡିଆ ପ୍ରଭାରୀ ମାନସ ବକ୍ସି, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଉପସ୍ଥିତ ଥିଲେ ା
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ସୁନ୍ଦରଗଡ ଜିଲ୍ଲାର ବିଶ୍ରା, ନୂଆଗାଁ, ରାଇବଗା, ବିରମିତ୍ରପୁର ଅଂଚଳ ସମେତ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଏହି ଅବସରରେ ବିଧାୟକ ଶଂକର ଓରାମ, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love