ଗ୍ରାମାଂଚଳର ବିକାଶରେ ରାଜ୍ୟର ବିକାଶ:ସମୀର ମହାନ୍ତିି

କେନ୍ଦୁଝର / ଭୂବନେଶ୍ୱର, : ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ “ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ” କେବଳ ଏକ ନାରା ନୁହେଁ ବରଂ ଏହା ଏକ ସଂକଳ୍ପ । “ଗ୍ରାମାଂଚଳର ବିକାଶରେ ଦେଶର ବିକାଶ” । ଏହାକୁ ମୁଳମନ୍ତ୍ର କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ଗରୀବ ଏବଂ ଗ୍ରାମାଂଚଳର ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସୁଛନ୍ତି । ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶକ୍ରମେ ଗ୍ରାମାଂଚଳର ବିକାଶ ପାଇଁ ମୋଦି ସରକାର ପ୍ରଚୁର ଅର୍ଥ ଓଡିଶାକୁ ପ୍ରଦାନ କରିଛନ୍ତି । ସେହିଭଳି ଡିଏମଏଫ ଏବଂ ଙଗଈଇଊଉ ପାଂଠିରେ ବ୍ୟାପକ ଅର୍ଥ ଆସୁଛି । ଏହି ଅର୍ଥରେ ପଂଚାୟତର ଭିତିଭୁମିର ବିକାଶ ସମେତ ଆର୍ଥିକ ସ୍ୱାଭଲମ୍ବୀ ହେବା ମୁଳ ଉଦ୍ଦେଶ୍ୟ । କିନ୍ତୁ ପଂଚାୟତ ସ୍ତରରେ ଶାସକ ବିଜେଡି ନେତାମାନଙ୍କ ଦ୍ୱାରା ବ୍ୟାପକ ଅର୍ଥ ଲୁଟ ହେଉଛି । ବିକାଶ ନାମରେ ଜେଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଅନୁମୋଦନ ସତ୍ୱେ ଲକ୍ଷ ଲକ୍ଷ ଘର ଆବଂଟନ ହୋଇନପାରି ରାଜ୍ୟ ସରକାରଙ୍କ ପାଖରେ ପଡିରହିଛି । ‘ପିସି ଷ୍ଟପ୍‌’ ର ବାହାଷ୍ପୋଟ ମାରୁଥିବା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବର୍ତମାନ ପିସି ପ୍ରତିଶତ ୩୦ ରୁ ୪୦ କୁ ବୃଦ୍ଧି ପାଇଛି । ଦଳୀୟ ଆଧାରରେ ବାସଗୃହ ବଂଟନ କରି ରାଜ୍ୟର ଅଗଣିତ ଆର୍ଥିକ ଦୁର୍ବଳ ଓ ଗରୀବ ଲୋକଙ୍କୁ ବାସହୀନ କରି ରଖିବା ଶାସକ ବିଜେଡିର ଜନବିରୋଧୀ ମାନସିକତାକୁ ସ୍ପଷ୍ଟ କରିଛି । ଗ୍ରାମାଂଚଳର ବିକାଶ ପାଇଁ ମୋଦି ସରକାର କେନ୍ଦ୍ରରୁ ପଠାଉଥିବା ବ୍ୟାପକ ଟଙ୍କାକୁ କିଛି ମୁଷ୍ଟିମେୟ ସରକାରୀ ଅଧିକାରୀଙ୍କ ସହାୟତାରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ହରିଲୁଟ କରି ବିକାଶର ବାଧକ ସାଜିଛନ୍ତି । ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଅଭାବ କାରଣରୁ ଗ୍ରାମାଂଚଳର ବିକାଶ ହୋଇପାରୁନାହିଁ । ଏହା ଅତ୍ୟନ୍ତ ଦୁର୍ଭଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ପଂଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜୋନ-୨୧ରେ ଦଳୀୟ ପ୍ରାର୍ଥୀ ସତ୍ୟବ୍ରତ ନାୟକ, ଜୋନ-୨୨ରେ ଦଶମତୀ ଛତର ଏବଂ ଜୋନ-୨୩ରେ ସଂଗୀତା ପଣ୍ଡାଙ୍କ ସପକ୍ଷରେ ଗାଁ କୁ ଗାଁ ବୁଲି ପ୍ରଚାର କରିଥିଲେ । ବାଇକ ରାଲି ଏବଂ ପଦଯାତ୍ରା ଜରିଆରେ ଘରକୁ ଘର ଯାଇ ମୋଦି ସରକାରଙ୍କ ଉପଲବ୍ଧିତା ଏବଂ ରାଜ୍ୟରେ ଶାସକ ବିଜୁ ଜନତା ଦଳର କୁଶାସନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଧାକାନ୍ତ ମହନ୍ତଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ରାଜ୍ୟର ଗ୍ରାମଂଚଳର ବିକାଶ ପାଇଁ ମୋଦି ସରକାର ପଠାଉଥିବା ଟଙ୍କାକୁ ଶତ ପ୍ରତିଶତ ଖର୍ଚ୍ଚ କରି ଜୀବନ ଧାରଣମାନ ଉନ୍ନତି ଆଣିବାକୁ ହେଲେ ସୁଦୃଢ ଜିଲ୍ଲା ପରିଷଦ ନେତୃତ୍ୱର ଆବଶ୍ୟକତା ରହିଛି । ଭାରତୀୟ ଜନତା ପାର୍ଟିକୁ ନେଇ ଲୋକମାନଙ୍କର ଯେଉଁ ସ୍ନେହଶ୍ରଦ୍ଧା ପ୍ରକାଶ ପାଇଛି ତାହା ଏଥର ପଂଚାୟତ ନିର୍ବାଚନରେ ଭୋଟରେ ରୁପାନ୍ତରିତ ହୋଇ ବିଜୟ ସୁନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love