ଜିଲ୍ଲାପାଳଙ୍କ ସମେତ ନିର୍ବାଚନ ଦାୟୀତ୍ୱରେ ଥିବା ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଛନ୍ତି : ବିଜେପି

ଭୁବନେଶ୍ୱର, ତା.୧୮/୦୨: ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାର ପ୍ରୟାସ ଜାରି
ରଖିଛି ଶାସକ ବିଜୁ ଜନତା ଦଳ । ଭୋଟ କେନ୍ଦ୍ରରେ ସରକାରୀ କଳ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ବ୍ୟବହାର କରାଯାଇ ଶାସକ
ବିଜେଡି ସପକ୍ଷରେ ବ୍ୟାପକ ମାତ୍ରାରେ ଭୋଟଦାନକୁ ପ୍ରଭାବିତ କରାଯାଉଛି । କିନ୍ତୁ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ବରିଷ୍ଠ
ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ,
ଅସାମ୍ବିଧାନ୍ଖଳ ଏବଂ ଦଣ୍ଡନୀୟ ଅପରାଧ । କେଉଁଠି ପ୍ରତ୍ୟକ୍ଷ ତ ଆଉ କେଉଁଠି ପରୋକ୍ଷ ଭାବେ ଶାସକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି
ସରକାରୀ ଅଧିକାରୀମାନେ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ଅଭିଯୋଗ କରିଛନ୍ତି ।
ପଂଚାୟତ ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ନିର୍ବାଚନ ଆଚରଣ ବିଧି ଜାରୀ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏହି ସମୟରେ
ନିର୍ବାଚନ କିମ୍ବା ଭୋଟରମାନଙ୍କୁ ପ୍ରଭାବିତ କଲା ଭଳି କୈାଣସି କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ବଳବତର ରହିଛି । ମାତ୍ର ନିର୍ବାଚନ
କମିଶନଙ୍କ ଜିଲ୍ଲା ପ୍ରତିନିଧି ତଥା ଜିଲ୍ଲାପାଳମାନେ ଯଦି ଆଚଚରଣ ବିଧିକୁ ଉଲ୍ଲଂଘନ କରିବେ, ତାହେଲେ ଏହା ଖୋଲାଖୋଲି ନିର୍ବାଚନ
ଆଚରଣ ବିଧିର ଉଲ୍ଲଂଘନ ଏବଂ ଦଣ୍ଡନୀୟ ଅପରାଧ । ଖୋର୍ଦ୍ଧା ଜିଲ୍ଲାପାଳ ଭୋଟରଙ୍କୁ ଆକ୍‌ୃଷ୍ଟ କରିବା ପାଇଁ ସଭାର ଆୟାଜନ କରି
ବିଦ୍ୟାଳୟ ପଟ୍ଟା ବଂଟନ କରି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଛନ୍ତି । ତେଣୁ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଖୋର୍ଦ୍ଧା
ଜିଲ୍ଲାପାଳଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ତରଫରୁ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ
କରାଯାଇଛି ।
ସେହିପରି, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧନ୍ଦରା ପଂଚାୟତର ଖାଡିଗୁଡା ଗ୍ରାମ ବୁଥରେ ନିର୍ବାଚନ ଅଧିକାରୀ ଶ୍ରୀ
ରିତେନ ପଟ୍ଟନାୟକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ବିଜୁ ଜନତା ଦଳର ଏଜେଂଟ ଭଳି କାମ କରୁଛନ୍ତି । ନିର୍ବାଚନ
ପରିଚାଳନା ଦାୟୀତ୍ୱରେ ଥିବା ଶ୍ରୀ ପଟ୍ଟନାୟକ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଂଘନ କରି ଭୋଟରଙ୍କୁ ନିଶାଶକ୍ତ କରି
ଭୋଟ ହାତେଇବାରେ ଲାଗିପଡ଼ିଛନ୍ତି । ତାଙ୍କ ବିରୋଧରେ କଠୋର କାର୍ଯ୍ୟନୁହ୍‌ଠାନ ଗ୍ରହଣ କରିବାକୁ ମଧ୍ୟ ବିଜେପି ପ୍ରତିନିଧି ଦଳ
କମିଶନଙ୍କ ନିକଟରେ ଦାବୀ କରିଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ, ଲିଗାଲ ସେଲର ରବିଶଂକର
ପଟ୍ଟନାୟକ, ଜୟନ୍ତ ଜେନା ଏବଂ ପ୍ରଦୀପ ମହନ୍ତ ପ୍ରମୁଖ ସାମିଲ ଥିଲେ ।

Spread the love