ଶାସକ ବିଜେଡିର ନୀତି – “ଯାହାବି ହେଉ, କ୍ଷମତା ରହୁ” : ସମୀର ମହାନ୍ତି

ଭୁବନେଶ୍ୱର, ତା.୨୫/୦୩: ପୈାର ନିର୍ବାଚନରେ ହିଂସାକାଣ୍ଡ ହ୍ରାସ ପାବ ବୋଲି ଆଶା ଥିଲା । ମାତ୍ର ପଂଚାୟତ ନିର୍ବାଚନ ପରେ ପୈାର ନିର୍ବାଚନରେ ମଧ୍ୟ ବ୍ୟାପକ ହିଂସାକାଣ୍ଡ ଘଟିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଚରମ ସୀମା ଅତିକ୍ରମ କରିସାରିଥିବାବେଳେ ରାଜ୍ୟର ଆଇନଶୃଙ୍ଖଳା ଉପରେ ପୁଣି ଥରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତିଦିନ ଗଣମାଧ୍ୟମରେ ରାଜନୈତକ ହିଂସା ମୁଖ୍ୟ ପ୍ରସଙ୍ଗ ହୋଇସାରିଛି । ‘କ୍ଷମତା ଅନ୍ଧ-ଉଦ୍ଦେଶ୍ୟ ମନ୍ଦ’ ଥିବା ଶାସକ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ “କଥାରେ ଅହିଂସା- କାମରେ ହିଂସା” ଏବଂ “ଯାହାବି ହେଉ–କ୍ଷମତା ରହୁ” ନୀତି କାରଣରୁ ଓଡିଶା ଆଜି ପଶ୍ଚିମବଙ୍ଗ ମୁହାଁ ଆଡେ ଗତି କରୁଛି । ନିର୍ବାଚନ ସମୟରେ ରାଜ୍ୟର ଦକ୍ଷିଣରୁ ଉତର, ପୂର୍ବରୁ ପଶ୍ଚିମ ଏବଂ ମଧ୍ୟ ଓଡିଶାର ବିଭିନ୍ନ ଅଂଚଳରେ ଶାସକ ବିଜେଡିର ଦୈାରାତ୍ମ, ହିଂସାକାଣ୍ଡ, ବିରୋଧୀ ବିଜେପି ପ୍ରାର୍ଥୀଙ୍କୁ ଧମକ ଚମକ ଓ ମରଣାନ୍ତକ ଆକ୍ରମଣ ଘଟଣା ଆଜି ଶାନ୍ତିପ୍ରିୟ ଓଡିଶାକୁ ଅଶାନ୍ତରେ ପରିଣତ କରିଥିବାବେଳେ ପୋଲିସ ଓ ପ୍ରଶାସନର ବିଶ୍ୱସନୀୟତାକୁ ନେଇ ସାଧାରଣରେ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବଲାଙ୍ଗୀର ପାଟଣାଗଡରେ ବିଜେଡି ପକ୍ଷରୁ ପଇସା ବଂଟନ କରି ଭୋଟରଙ୍କୁ ଫ୍ରଭାବିତ କରିବା, ଭୁବନେଶ୍ୱର ଝାରପଡାର ଏକ ବୁଥ୍‌ରେ ଏଜେଂଟ ଜଣକ ବାହାରେ ରହି ଭୋଟରଙ୍କୁ ଭୋଟ ଦେବା ପାଇଁ ପ୍ରବର୍ତାଇବା, ଢେଙ୍କାନାଳ ପୈାରାଂଚଳର ୧୫ ନମ୍ବର ଓ୍‌ôାର୍ଡରେ ବିଜେଡି କର୍ମୀଙ୍କ ଦ୍ୱାରା ବୁଥ୍ ରିଗିଂ କରିବା, ଯାଜପୁର ଜିଲ୍ଲା ବିଂଝାରପୁର ଅଂଚଳରେ ବୋମାମାଡ ହେବା ଘଟଣା ଚିନ୍ତାର କାରଣ ସାଜିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଂଜାମର ହିଂଜିଳିକାଟୁର ନରେନ୍ଦ୍ରପୁର ଗ୍ରାମରେ ଗୋଟିଏ ପରିବାରର ୪-୪ ଜଣଙ୍କୁ ଗଣହତ୍ୟା କରାଗଲା । ମା କୋଳ ଶୂନ୍ୟ ହୋଇଗଲେ । ଗତ କାଲି ଭଦ୍ରକ ଜିଲ୍ଲା ଧାମନଗରଠାରେ ବିଜେପି କାର୍ଯ୍ୟକର୍ତା ରମେଶ ସ୍ୱାଇଁଙ୍କୁ ଯେଉଁ ଭଳି ଭାବେ ସର୍ବସାଧାରଣରେ ମରଣାନ୍ତକ ଆକ୍ରମଣ ହୋଇଛି, ତାହା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ । ମୁଖ୍ୟ ଅଭିଯୁକ୍ତ ଶାସକ ବିଜେଡିର ଏବଂ ଘଟଣା ଘଟିବା ପରେ ମଧ୍ୟ ଅଭିଯୁକ୍ତ ଜଣକ ଭୟମୁକ୍ତ ଭାବେ ଆଚରଣ ପ୍ରଦର୍ଶନ କରିବା ଘଟଣା, କେଉଁଠି ନା କେଉଁଠି ଶାସକ ବିଜେଡିର ପ୍ରୋତ୍ସାହନକୁ ସିଧାସଳଖ ପ୍ରମାଣିତ କରିଛି । ନିକଟ ଅତୀତରେ ଅଭ୍ୟାସଗତ ଅପରାଧୀ ତଥା ଶାସକ ବିଜେଡିର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜେ ଗାଡି ଚଲାଇ ବିଜେପି କାର୍ଯ୍ୟକର୍ତାଙ୍କୁ ମାରିଦେବାର ଯେଉଁ ହୀନ ପ୍ରୟାସ କରିଥିଲେ, ତାହା ଓଡିଶା ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏପରିକି ସେ ଚଲାଉଥିବା ଗାଡିର ନମ୍ବରଟିକୁ ବଦଳାଇ ଆଉ ଏକ ଗର୍ହୀତ ଅପରାଧ କରିଛନ୍ତି । ଏ ସମସ୍ତ ଘଟଣାକୁ ଚାପି ଦେବା ପାଇଁ ଶାସକ ବିଜେଡି ତରଫରୁ ପ୍ରୟାସ ଆରମ୍ଭ କରାଯାଇଛି । ବହୁଚଚ୍ଚର୍ଚିତ ଫଟୋ ସାମ୍ବାଦିକ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟ ଅଭିଯୁକ୍ତ ତଥା େଓ୍‌ôବ ପୋର୍ଟାଲର ମାଲିକାଣି ଶର୍ମିଷ୍ଠାଙ୍କୁ ପୋଲିସ ଜେରା କରିବା ପରେ ପୁଣି ତାଙ୍କୁ ଫେରାର କରାଇଦେବା, ବର୍ତମାନ ସୁଦ୍ଧା ଶର୍ମିଷ୍ଠାଙ୍କୁ ଗିରଫ ନକରିବା, ରେକର୍ଡେଡ ଚିପ୍ସ ନମିଳିବା, ମୃତ ମାନସର ପରିବାର ଅଭିଯୋଗ ଅନୁଯାୟୀ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତମାନଙ୍କୁ ଜେରା ନକରାଯିବା ଆଦି ପ୍ରସଙ୍ଗ ଆଦି ବହୁ ପ୍ରଭାବଶାଳୀ ମନ୍ତ୍ରୀ ଓ ବ୍ୟକ୍ତିମାନଙ୍କ ସଂପୃକ୍ତିକୁ ସନ୍ଦେହ ଘେରରେ ଆଣିଥିବାବେଳେ ପୋଲିସ ଏବଂ ପ୍ରଶାସନର ପାରିବାରପଣିଆ ଉପରେ ସନ୍ଦେହ ଦୃଢୀଭୁତ କରିଛି । ଗତ କାଲି ଗଂଜାମ ଜିଲ୍ଲା ଚିକିଟିରେ ସ୍ଥାନୀୟ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଂଜନ ଦ୍ୟାନସାମନ୍ତରାୟଙ୍କ ଗାଡିକୁ ପୋଲିସ ଉପସ୍ଥିତିରେ ଦିବାଲୋକରେ ଭଙ୍ଗାରୁଜା କରାଯାଇ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଗଲା, ତାହା ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ । ଶାସକ ବିଜେଡିର ଅପରାଧୀମାନଙ୍କ ପ୍ରତି କୋହଳ ମନୋଭାବ ପୁରୀ ହତ୍ୟାକାଣ୍ଡରେ ପ୍ରତିଫଳିତ ହୋଇଛି । କୃଷ୍ନଚନ୍ଦ୍ର ପ୍ରତିଆରୀଙ୍କୁ ଗୁଳି କରି ହତ୍ୟା କରାଯିବା ଆମ ସମସ୍ତଙ୍କକୁ ଆଚମ୍ବିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଅତୀତରେ ମାହାଙ୍ଗା ଡବଲ ମର୍ଡର ଘଟଣା, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ, ପରୀ ହତ୍ୟାକାଣ୍ଡ, ଏସିଏଫ ସୈାମ୍ୟରଂଜନ ହତ୍ୟାକାଣ୍ଡରେ ବହୁ ମନ୍ତ୍ରୀଙ୍କ ସଂପୃକ୍ତି ଏବଂ ଏହି ଘଟଣାରେ ଶାସକ ବିଜେଡିର କୋହଳ ମନୋଭାବ କାରଣରୁ ରାଜ୍ୟରେ କ୍ରମାଗତ ଭାବେ ହିଂସାକାଣ୍ଡ ବୃଦ୍ଧି ପାଇଚାଲିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ନିର୍ବାଚନକୁ ଅବାଧ ଓ ମୁକ୍ତ କରିବାର ଦାୟୀତ୍ୱ ରାଜ୍ୟ ନିର୍ବାଚନ କମିଶନଙ୍କ ହୋଇଥିବାବେଳେ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବାର ଦାୟୀତ୍ୱ ହେଉଛି ପୋଲିସ ପ୍ରଶାସନର । ମାତ୍ର ଉଭୟ ରାଜ୍ୟ ନିର୍ବାଚନ କମିଶନ ଏବଂ ମୁଷ୍ଟିମେୟ ପୋଲିସ ପ୍ରଶାସକ, ଶାସକ ବିଜେଡିର ହାତବାରିସୀ ସାଜି ଦଳୀୟ ଭିତିରେ କାର୍ଯ୍ୟ କରିବା ଗଣତନ୍ତ୍ରକୁ ହତ୍ୟା କରିବା ସଦୃଶ । ଯିଏ ଅପରାଧ ଭିଆଉଛି, ତା ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଏପରିକି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହି ଶାସକ ବିଜେଡି । ବିଜେପିର ବାରମ୍ବାର ଅଭିଯୋଗ ସତ୍ୱେ ରାଜ୍ୟ ନିର୍ବାଚନ କମିଶନ କୈାଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କଲେ ନାହିଁ । ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସମ୍ବିଧାନର ମୁଖବନନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାରୁ ଲୋକସଭା ପର୍ଯ୍ୟନ୍ତ ଉଦ୍ୟମ କରୁଥିବାବେଳେ, ନିଜ ନିର୍ବାଚନମଣ୍ଡଳୀରେ ଘଟିଯାଇଥିବା ରାଜନୈତିକ ହିଂସା ଏବଂ ଗଣହତ୍ୟା ପ୍ରସଙ୍ଗରେ ପଦୁଟିଏ ନକହିବା ମୁଖ୍ୟମନ୍ତ୍ରୀଙ୍କ ଦୈତ ଚରିତ୍ରର ସୁଚନା ଦେଇଛି । ଓଡିଶାର ଭୋଟର ଭାଇ ଓ ଭଉଣୀମାନେ ଶାସାକ ବିଜେଡିକୁ ବହୁମତ ଦେଇ ଶାସନ କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ ରାଜରାସ୍ତାରେ ଖଣ୍ଡା, ଭୁଜାଲୀ, ଠେଙ୍ଗା ସାହାଯ୍ୟରେ ଅରାଜକତା ସୃଷ୍ଟି କରିବା ପାଇଁ ଦେଇନାହାନ୍ତି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟୀତ୍ୱରେ ଥାଇ ମଧ୍ୟ ଏପରି ହିଂସାତ୍ମକ ଘଟଣା ପ୍ରତିଦିନ ଘଟିଲେ, ସାଧାରଣ ଲୋକ ନ୍ୟାୟ ପାଇବେ ନାହିଁ ଏବଂ ରାଜ୍ୟରେ ଅରାଜକତା ବୃଦ୍ଧି ପାଇବ । ହିଂସା ଯଦି ଶାସକ ଦଳର ପ୍ରୋତ୍ସାହନରେ ହୁଏ, ତେବେ ତାକୁ ନିୟନ୍ତ୍ରଣ କରିବ କିଏ ? ରାଜ୍ୟରେ ବୃଦ୍ଧି ପାଇ ଚାଲିଥିବା ହିଂସା କାର୍ଯ୍ୟକଳାପ ବିରୁଦ୍ଧରେ କଠୋର ପଦକ୍ଷେପ ନିହାତି ଉଚିତ୍ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ଓ ରମାରଞ୍ଜନ ବଳିଆରସିଂ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦିଲୀପ ମଲ୍ଲିକ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ସାମନ୍ତରାୟ, ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି କଟକସ୍ଥିତ ଏସସିବି ମେଡିକାଲ ଯାଇ ଗତ କାଲି ଧାମନଗରଠାରେ ଶାସକ ବିଜେଡି ଗୁଣ୍ଡାଙ୍କ ଆକ୍ରମଣାରେ ଶିକାର ହୋଇ ଚିକିତ୍ସିତ ହେଉଥିବା ରମେଶ ସ୍ୱାଇଁଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।

Spread the love